Categories: କ୍ରୀଡା

ରଣଜୀ ଟ୍ରଫି : ରୋହତକରେ ରୋମାଞ୍ଚକର ବିଜୟ, ହରିଆଣା ବିପକ୍ଷରେ ଓଡ଼ିଶା ଜିତିଲା ୧ ଓ୍ଵିକେଟ୍‌ରେ

ଭୁବନେଶ୍ୱର (କେ ନ୍ୟୁଜ୍‌) : ହରିଆଣାର ରୋହତକରେ ଓଡ଼ିଶା ରଣଜୀ ଦଳର ରୋମାଞ୍ଚକର ବିଜୟ । ଆଜି ରଣଜୀ ଟ୍ରଫି ଏଲିଟ୍‌ ଗ୍ରୁପ୍‌ ‘ସି’ ମ୍ୟାଚ୍‌ରେ ଓଡ଼ିଶା ଦଳ ଘରୋଇ ହରିଆଣା ଟିମ୍‌କୁ ୧ ଓ୍ଵିକେଟ୍‌ରେ ହରାଇଛି । ଅନ୍ତିମ ବ୍ୟାଟ୍‌ସମ୍ୟାନ୍‌ ଭାବେ କ୍ରିଜ୍‌ରେ ଥିଲେ ଦୁଇ ବୋଲର୍‌ ବସନ୍ତ ମହାନ୍ତି ଏବଂ ପପୁ ରାୟ । ତେବେ ଉତ୍କଣ୍ଠାପୂର୍ଣ୍ଣ ମୁହୂର୍ତ୍ତରେ ନିଜକୁ କ୍ରିଜ୍‌ରେ ଦୃଢ଼ ରଖି ସେମାନେ ଅସମାପ୍ତ ଦଶମ ଓ୍ଵିକେଟ୍‌ରେ ଜିତିବା ପାଇଁ ଦରକାର ଥିବା ୬ ରନ୍‌ ସଂଗ୍ରହ କରି ଦଳକୁ ଏକ ଅଭୁଲା ବିଜୟ ଆଣି ଦେଇଥିଲେ ।
ଏହି ମ୍ୟାଚ୍‌ରେ ହରିଆଣା ଦଳ ପ୍ରଥମେ ବ୍ୟାଟିଂ କରି ପ୍ରଥମ ପାଳିରେ ମାତ୍ର ୯୦ ରନ୍‌ କରି ପାରିଥିଲା । ଓଡ଼ିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ୩୬ ରନ୍‌ରେ ୬ ଓ୍ଵିକେଟ୍‌ ନେଇଥିଲେ । ଓଡ଼ିଶା ତାର ପ୍ରଥମ ପାଳିରେ ୧୬୦ ରନ୍‌ କରି ଆଗୁଆ ରହିଥିଲା । ଅଭିଜ୍ଞ ବିପ୍ଳବ ସାମନ୍ତରାୟ ସର୍ବାଧିକ ୫୨ ରନ୍‌ କରିଥିଲେ । ଏହା ପରେ ଦୃଢ଼ ବ୍ୟାଟିଂ କରି ହରିଆଣା ଦଳ ଦ୍ୱିତୀୟ ଇନିଂସ୍‌ରେ ୨୪୮ ରନ୍‌ ସ୍କୋର କରିଥିଲା । ଓଡ଼ିଶାର ସଫଳ ବୋଲର ସୂର୍ଯ୍ୟକାନ୍ତ ପୁଣି ଚମତ୍କାର ବୋଲିଂ କରି ୫ ଓ୍ଵିକେଟ୍‌ ନେଇଥିଲେ । ମ୍ୟାଚ୍‌ରେ ସେ ମୋଟ୍‌ ୧୧ଟି ଓ୍ଵିକେଟ୍‌ ଦଖଲ କରିଛନ୍ତି ।
ଶେଷ ପାଳିରେ ଓଡ଼ିଶା ଆଗରେ ଥିଲା ୧୭୯ ରନ୍‌ର ବିଜୟଲକ୍ଷ୍ୟ । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଦଳ ୭ ଓ୍ଵିକେଟ୍‌ ହରାଇ ୧୪୭ ରନ୍‌ କରି ସାରିଥିଲା । ଦରକାର ହେଉଥିଲା ଆଉ ୩୨ ରନ୍‌ । ତେବେ ଆଉ ଦୁଇଟି ଓ୍ଵିକେଟ୍‌ ହରାଇ ଲକ୍ଷ୍ୟ ହାସଲ କରି ନେଇଥିଲା ଓଡ଼ିଶା ଦଳ । ଦ୍ୱିତୀୟ ଇନିଂସ୍‌ରେ ଓ୍ଵିକେଟ୍‌ କିପର ରାଜେଶ ଧୁପର ସର୍ବାଧିକ ୩୨ ଏବଂ ଗୋବିନ୍ଦ ପୋଦ୍ଦାର ୩୦ ରନ୍‌ କରିଥିଲେ । ସୂର୍ଯ୍ୟକାନ୍ତଙ୍କ ୧୨ ରନ୍‌ ମଧ୍ୟ ମୂଲ୍ୟବାନ୍‌ ଥିଲା । ତାଙ୍କୁ ‘ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌’ ଘୋଷଣା କରାଯାଇଛି ।
ଚଳିତ ସିଜିନ୍‌ରେ ଏପର୍ଯ୍ୟନ୍ତ ମୋଟ୍‌ ୫ଟି ମ୍ୟାଚ୍‌ ଖେଳିଥିବା ଓଡ଼ିଶା ଦଳ ୪ଟି ବିଜୟ ହାସଲ କରିଥିବା ବେଳେ ଗୋଟିଏ ମ୍ୟାଚ୍‌ ହାରିଛି । ତେବେ ଗ୍ରୁପ୍‌ ‘ସି’ରେ ସର୍ବାଧିକ ୨୮ ପଏଣ୍ଟ ସହ ଟିମ୍‌ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago