ପଏଣ୍ଟ ତାଲିକାରେ ଉପରକୁ ଉଠିବା ପାଇଁ ଆଜି ପଞ୍ଜାବ ଓ ହାଇଦ୍ରବାଦ ମଧ୍ୟରେ ହେବ କଡ଼ା ଟକ୍କର

ଚଳିତ ଆଇପିଏଲରେ ୨୮ତମ ଲିଗ୍ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍ସ । ଉଭୟ ସନରାଇଜର୍ସ ଓ ପଞ୍ଜାବ କିଙ୍ଗ୍ସ ୬ ପଏଣ୍ଟ ହାସଲ କରିଛନ୍ତି। ପଞ୍ଜାବ କିଙ୍ଗସ ତାଲିକାରେ ହାଇଦ୍ରବାଦ ଉପରେ ରହିଛି। ତେଣୁ ଆଜି ପଏଣ୍ଟ ତାଲିକାରେ ଉପରକୁ ଉଠିବା ପାଇଁ ଦୁଇଟି ଯାକ ଟିମ୍‌ ଚେଷ୍ଟା କରିବ। ଦୁଇଟି ଯାକ ଟିମ୍‌ ୫-୫ଟି ମ୍ୟାଚ ଖେଳିସାରିଛନ୍ତି। ଯେଉଁଥିରେ ଉଭୟ ୩ଟି ମ୍ୟାଚ୍‌ ଖେଳିଛନ୍ତି।

ସନରାଇଜର୍ସ ହାଇଦ୍ରାବାଦ ଚଳିତ ସିଜିନରେ ପ୍ରଥମ ୨ଟି ମ୍ୟାଚ୍ ପରାଜିତ ହେବାପରେ ଜୋରଦାର ପ୍ରତ୍ୟାବର୍ତ୍ତନ କରି କ୍ରମାନ୍ୱୟରେ ୩ଟି ମ୍ୟାଚ୍ ଜିତି ସାରିଛି । କେନ ୱିଲିୟମସନ ଯୁବ ଖେଳାଳିଙ୍କୁ ଏକତ୍ରିତ କରି ଟିମ୍‌କୁ ଆଗେଇ ନେଇଛନ୍ତି। ଭଲ ବ୍ୟାଟିଂ ପାଇଁ ପଞ୍ଜାବ କିଙ୍ଗସ ଉପରେ ରହିଛି।

ପଞ୍ଜାବ ଗୁଜୁରାଟ ଟାଇଟନ୍ସ ଠାରୁ ହାରିବା ପରେ ଏହି ମ୍ୟାଚକୁ ଜିତିବାକୁ ଚେଷ୍ଟା କରିବ। ଗତ ମ୍ୟାଚରେ ପଞ୍ଜାବ ମୁମ୍ବାଇ ଇଣ୍ଡିଆନ୍ସକୁ ମାତ୍ର ୧୨ ରନରେ ହରାଇଥିଲା। ମୟଙ୍କ ଅଗ୍ରଓ୍ଵାଲରେ ଟିମ୍‌ରେ କୌଣସି ପରିବର୍ତ୍ତନ କରିବେ ନାହିଁ। ସମ୍ଭାବିତ ଏକାଦଶ ସହିତ ମଇଦାନକୁ ଓହ୍ଲାଇବ।

ପଞ୍ଜାବ କିଙ୍ଗ୍ସ: ଶିଖର ଧାୱନ, ମୟଙ୍କ ଅଗ୍ରୱାଲ୍ (ଅଧିନାୟକ), ଜନି ବେୟାରଷ୍ଟୋ, ଲାଏମ ଲିଭିଙ୍ଗଷ୍ଟୋନ, ଜିତେଶ ଶର୍ମା, ଶାହରୁଖ ଖାନ, ଓଡ଼ିନ ସ୍ମିଥ୍, କାଗିସୋ ରାବାଡା, ରାହୁଲ ଚହର, ବୈଭବ ଆରୋରା, ଅର୍ଶଦୀପ ସିଂହ ।

ସନରାଇଜର୍ସ: ଅଭିଷେକ ଶର୍ମା, କେନ ୱିଲିୟମସନ(ଅଧିନାୟକ), ରାହୁଲ ତ୍ରିପାଠୀ, ନିକୋଲାସ ପୂରନ, ଆଡେନ ମାରକ୍ରମ, ୱାସିଂଟନ ସୁନ୍ଦର, ଅବଦୁଲ ସମଦ, ରୋମାରିଓ ସେଫର୍ଡ, ଭୁବନେଶ୍ୱର କୁମାର, ଉମ୍ରାନ ମଲିକ, ଟି ନଟରାଜନ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.