ଚଳିତ ସିଜିନ ପୂର୍ବରୁ ଫ୍ଲେ ଅଫରେ ୬ ଥର ସ୍ଥାନ ପାଇଥିଲା ବାଙ୍ଗାଲୋର, ଆଜି ଫାଇନାଲ ଟିକେଟ ପାଇଁ କରିବ ସମସ୍ତ ପ୍ରୟାସ

ଗତକାଲି ପ୍ଲେ ଅଫ୍ ମ୍ଯାଚରେ ବିଜୟ ସହିତ ଫାଇନାଲରେ ପ୍ରବେଶ କରିଛି ଚେନ୍ନାଇ ସୁପରକିଙ୍ଗସ। ଆଜି ଆଇପିଏଲ୍ ପ୍ଲେ ଅଫ୍ ପର୍ଯ୍ୟାୟର ଏଲିମିନେଟର ମୁକାବିଲାରେ ସୋମବାର ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) କୁ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ମ୍ଯାଚ ରହିଛି। ଚଳିତ ସିଜିନ ପରେ ଆର୍‌ସିବି ଅଧିନାୟକ ପଦ ଛା‌ଡ଼ିଦେବେ ବୋଲି ପୂର୍ବରୁ ଘୋଷଣା କରି ସାରିଛନ୍ତି କୋହଲି।

ସେଥିପାଇଁ ସୋମବାର ନଜିତିଲେ ଦୀର୍ଘ ବର୍ଷ ଭିତରେ ଆର୍‌ସିବିକୁ ଥରେ ମାତ୍ର ଆଇପିଏଲ୍‌ ବିଜୟୀ କରାଇବାର କୋହଲିଙ୍କ ବ୍ୟକ୍ତିଗତ ସ୍ବପ୍ନ ଅପୂରଣୀୟ ହୋଇ ରହିଯିବ। କୋହଲିଙ୍କ ନେତୃତ୍ବରେ ଆର୍‌ସିବି ୨୦୧୬ ମସିହାରେ ଫାଇନାଲ୍ ଖେଳିଥିଲା। ଏହାସହିତ ଜିତିଥିବା ଟିମକୁ ଫାଇନାଲରେ ପହଞ୍ଚିବା ପାଇଁ ଦିଲ୍ଲୀ କ୍ଯାପିଟାଲ୍ସ ସହିତ ସାମ୍ନା କରିବାକୁ ପଡିବ।

ଏହା ପରେ ୨୦୧୫ ଓ ୨୦୨୦ରେ ଦୁଇ ଥର ପ୍ଲେ ଅଫ୍ ଖେଳିଥିଲେ ମଧ୍ୟ କେବେ ବି ବିଜୟୀ ହୋଇପାରିନି। ଗୌତମ ଗମ୍ଭୀରଙ୍କ ନେତୃତ୍ବରେ କେକେଆର୍‌ ୨୦୧୨ରୁ ୨୦୧୪ ତିନିବର୍ଷର ସମୟ ମଧ୍ୟରେ ଦୁଇ ଥର ବିଜେତା ହୋଇଥିଲା। ଉଭୟ କୋହଲି ଏବଂ ମୋର୍ଗାନଙ୍କ ପାଖରେ ଉଚ୍ଚଗୁଣମାନର ଦଳ ରହିଛି। ସୋମବାର କିନ୍ତୁ ଦୁଇଜଣ ଯାକଙ୍କ ପାଇଁ ନିଜ ନିଜ ସ୍ବପ୍ନ ପୂରଣ କରିବାର ଶେଷ ସୁଯୋଗ ‌ହୋଇପାରେ।

ସମ୍ଭାବ୍ୟ ଆର୍‌ସିବି: ବିରାଟ କୋହଲି (ଅଧିନାୟକ), ଦେବଦତ୍ତ ପଡ଼ିକଲ୍, ଶ୍ରୀକର ଭରତ, ଏବି ଡିଭିଲିୟର୍ସ, ଗ୍ଲେନ୍ ମ୍ୟାକ୍ସୱେଲ୍, ଡାନ୍ କ୍ରିଷ୍ଟିଆନ୍, ଶାହାବାଜ ଅହମ୍ମଦ, ଜର୍ଜ ଗର୍ଟନ, ହର୍ଷଲ ପଟେଲ, ମହମ୍ମଦ ସିରାଜ, ୟୁଜବେନ୍ଦ୍ର ଚହଲ।

ସମ୍ଭାବ୍ୟ କେକେଆର୍‌: ଶୁବମନ ଗିଲ୍, ଭେଙ୍କଟେଶ ଆୟର, ନୀତୀଶ ରାଣା, ରାହୁଲ ତ୍ରିପାଠୀ, ଦୀନେଶ କାର୍ତ୍ତିକ, ଇଅନ ମୋର୍ଗାନ (ଅଧିନାୟକ), ସକିବ-ଅଲ୍-ହାସନ, ସୁନିଲ ନରିନ, ଲୋକି ଫର୍ଗୁସନ୍, ବରୁଣ ଚକ୍ରବର୍ତ୍ତୀ, ଶିଭମ ମାଭି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.