ଆସନ୍ତାକାଲି ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ, ୧୬ଟି ଦେଶର ଅଧିନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍) : ସରି ସରି ଆସୁଛି ଅପେକ୍ଷା । ଆସନ୍ତାକାଲି ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୬ ଦେଶର ଅଧିନାୟକଙ୍କୁ ଭେଟିଛନ୍ତି । ଭୁବନେଶ୍ୱର ମୁକ୍ତେଶ୍ୱର ମନ୍ଦିରରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ କଥା ହେବା ସହ ଫଟୋ ଉଠାଇଥିଲେ । ଅଧିନାୟକଙ୍କ ଗହଣରେ କିଛି ସମୟ ବିତାଇଛନ୍ତି ନବୀନ ।