ଗରିବଙ୍କୁ ଖାଇବାକୁ ଦେବାକୁ ଇସ୍କନ କୋଲକାତା ସହିତ ହାତ ମିଳାଇଲେ ଦାଦା, ସମସ୍ତେ କରୁଛନ୍ତି ପ୍ରଶଂସା

କରୋନା ଭାଇରସ ସଂକ୍ରମିଣକୁ ନେଇ ସମଗ୍ର ବିଶ୍ୱ ଭୟଭୀତ । ଏପର୍ଯ୍ୟନ୍ତ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ହଜାରରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୬୦ରୁ ଉର୍ଦ୍ଧ୍ୱ ହେଲାଣି । ୨୧ ଦିନ ଲକ୍‍ଡାଉନ ଫଳରେ ଗରିବ, ଅସହାୟ, ଦିନ ମଜୁରିଆ, ଶ୍ରମିକ କାମ ନ ପାଇ ଘରେ ହାତବାନ୍ଧି ବସିଛନ୍ତି । ଖାଇବାକୁ ମଧ୍ୟ ପାଉନାହାନ୍ତି । ଏମିତି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବିଭିନ୍ନ ଅନୁଷ୍ଠାନ ଏବଂ ସଂଗଠନ ଆଗେଇ ଆସୁଥିବା ବେଳେ ବିସିିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ମଧ୍ୟ ସହଯୋଗର ହାତ ବଢାଇଛନ୍ତି ।

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଜି କୋଲକାତା ଗରିବ, ଅସହାୟଙ୍କୁ ଖାଦ୍ୟବଣ୍ଟନ କରିଛନ୍ତି । ଲକ୍‍ଡାଉନ ସମୟରେ ୧୦ ଜାର ଲୋକଙ୍କୁ ଖାଇବାକୁ ଦେବା ପାଇଁ ଇସ୍କନ କଲିକତା ସହିତ ହାତ ମିଳାଇଛନ୍ତି ଗାଙ୍ଗୁଲି । ଗାଙ୍ଗୁଲିଙ୍କ ଏପରି ମହତ କାର୍ଯ୍ୟକୁ ନେଇ ସମସ୍ତ ଖେଳପ୍ରେମୀମାନେ ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.