ଭୁବନେଶ୍ବର(କେନ୍ୟୁଜ୍) : ହକି ବିଶ୍ୱକପ୍ର କ୍ରସ୍ ଓଭରରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍ । ପ୍ରଥମ ମୁକାବିଲାରେ ବେଲଜିୟମ୍-ପାକିସ୍ତାନ ମଧ୍ୟରେ ମୁକାବିଲା ହେବ । ଯିଏ ଜିତିବ ସେ କ୍ୱାର୍ଟର ଫାଇନାଲ୍ ଯିବ । ଜର୍ମାନୀ ସହିତ ହେବ କ୍ୱାର୍ଟ ଫାଇନାଲ୍ ମୁକାବିଲା । ସେହିପରି ଦ୍ୱିତୀୟ ମ୍ୟାଚ୍ରେ ମୁହାଁମୁହିଁ ହେବେ ନେଦରଲ୍ୟାଣ୍ଡ ଓ କାନାଡ଼ା । ବିଜୟୀ ଦଳ ଭାରତ ସହ କ୍ୱାର୍ଟର ଫାଇନାଲ୍ ଲଢ଼େଇରେ ସାମନା ସାମନି ହେବ ।