ଆଜି ରୋହିତ ଶର୍ମାଙ୍କ ନେତୃତ୍ୱରେ ଏସିଆ କପ୍‌ ଅଭିଯାନ ପାଇଁ ପୂରା ତୟାର ଭାରତ, ପାକିସ୍ତାନ ସହ ହେବ ମୁହାଁମୁହିଁ

ଆଜି ଭାରତ-ପାକିସ୍ତାନ ମହାମୁକାବିଲା । ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦ୍ୱୀ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଏସିଆ କପ୍‌ ଅଭିଯାନ ପାଇଁ ପୂରା ତୟାର ଭାରତ । ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ଶକ୍ତିଶାଳୀ ଟିମ୍‌ ଇଣ୍ଡିଆ ଏବର୍ଷ ଏସିଆ କପ୍‌ ଟାଇଟାଲ୍‌ ଦାବିଦାର ରହିଛି । ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କର ନଜର ରହିଛି । ରେକର୍ଡ କହୁଛି ଏସିଆ କପରେ କୋହଲିଙ୍କ ପ୍ରଦର୍ଶନ ଭଲ । ତେଣୁ ତାଙ୍କ ବ୍ୟାଟରୁ ରନ୍‌ ଆଶା କରୁଛନ୍ତି କ୍ରିକେଟପ୍ରେମୀ ।

ଭାରତ ୭ ଥର ଏସିଆ କପ୍‌ ଚାମ୍ପିଅନ୍‌ । ଟି-ଟେ୍ଵଣ୍ଟି ଲଢ଼େଇରେ ପାକିସ୍ତାନ ବିପକ୍ଷରେ ଭାରତର ପଲ୍ଲା ଭାରି ରହିଛି । ରୋହିତଙ୍କ ନେତୃତ୍ୱରେ ଭାରତର ବ୍ୟାଟିଂ ଭାର ସମ୍ଭାଳିବେ ଲୋକେଶ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ଦୀପକ ହୁଡ୍ଡା ଓ ଦୀନେଶ କାର୍ତ୍ତିକ । ଫାଷ୍ଟ ବୋଲିଂ ଭୁବନେଶ୍ୱର କୁମାର, ହର୍ଷଲ ପଟେଲ୍‌, ଅର୍ଷଦୀପ ସିଂ ଓ ଅଭେଷ ଖାନ୍‌ଙ୍କ କାନ୍ଧରେ ଥିବା ବେଳେ ସ୍ପିନ ବାହିନୀରେ ଯୁଜବେନ୍ଦର ଚହଲ, ଆର୍‌. ଅଶ୍ୱିନ, ରବୀନ୍ଦ୍ର ଜାଡେଜାଙ୍କ ସହ ଯୁବ ତାରକା ରବି ବିଷ୍ଣୋୟୀ ବି ଅଛନ୍ତି ।

Leave A Reply

Your email address will not be published.