ଆଜି ଭାରତ-ଅଷ୍ଟ୍ରେଲିଆ ଟି-ଟ୍ୱେଣ୍ଟି: ଯିଏ ମ୍ୟାଚ୍‌ ଜିତିବ ସିଏ କବଜା କରିବ ସିରିଜ୍‌

କେନ୍ୟୁଜ୍(ବ୍ୟୁରୋ): ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ତୃତୀୟ ତଥା ଶେଷ ଟି-ଟ୍ୱେଣ୍ଟି ମ୍ୟାଚ୍‌ । ଯିଏ ମ୍ୟାଚ୍‌ ଜିତିବ ସିଏ କବଜା କରିବ ସିରିଜ୍‌ । ସିରିଜ ୧-୧ରେ ଏବେ ବରାବର ଥିବାରୁ ଉଭୟ ଦଳ ପାଇଁ ଏବି ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ । ଅଷ୍ଟ୍ରେଲିଆ ପ୍ରଥମ ଟି-ଟ୍ୱେଣ୍ଟିରେ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ଟି-ଟ୍ୱେଣ୍ଟି ଜିତି ବିଜୟ ଧାରାକୁ ଫେରିଛି ଟିମ୍‌ ଇଣ୍ଡିଆ । ପୂର୍ବରୁ ଦୁଇଟି ଯାକ ମ୍ୟାଚରେ ଉଭଯ ଦଳର ବ୍ୟାଟର ଭଲ ଖେଳିଛନ୍ତି । ତେବେ ଡେଥ୍‌ ଓଭର ବେଳକୁ ଚାପ ବଢୁଛି । ଶେଷ ଆଡକୁ ଅଧିକ ରନ୍‌ ବ୍ୟୟ କରୁଛନ୍ତି ବୋଲର୍‌ ।

ନାଗପୁର ମ୍ୟାଚରେ ଭାରତ ଅତିରିକ୍ତ ବ୍ୟାଟର ଭାବରେ ରିଷଭ ପନ୍ଥଙ୍କୁ ଖେଳାଇଥିଲା । କିନ୍ତୁ ତାଙ୍କର ଆବଶ୍ୟକତା ପଡ଼ି ନଥିଲା । ୮ ଓଭର ବିଶିଷ୍ଟ ମ୍ୟାଚରେ ୪ ଜଣ ବୋଲରଙ୍କୁ ନେଇ ଓହ୍ଲାଇଥିଲା ମେନ୍‌ ଇନ୍‌ ବ୍ଲୁ । ଯଶପ୍ରୀତ ବୁମରାହ ଫେରିଥିଲେ ବି ଭାରତର ଡେଥ୍‌ ଓଭର୍‌ ସମସ୍ୟା ଟଳି ନଥିଲା । ଆଜିର ମ୍ୟାଚରେ ପନ୍ଥଙ୍କ ସ୍ଥାନରେ ଜଣେ ଅତିରିକ୍ତ ବୋଲରଙ୍କୁ ଖେଳାଇପାରେ ଟିମ୍‌ ଇଣ୍ଡିଆ । ଏଭଳି ହେଲେ ଆଜିର ମ୍ୟାଚରେ ଦୀପକ ଚହରଙ୍କୁ ସୁଯୋଗ ମିଳିପାରେ । ନଚେତ୍‌ ଭୁବନେଶ୍ୱର କୁମାର ସ୍କ୍ଵାଡ୍‌କୁ ଫେରି ପାରନ୍ତି । ସେହିପରି ଯୁଜବେନ୍ଦର ଚହଲଙ୍କ ସ୍ଥାନରେ ଅଶ୍ୱିନଙ୍କୁ ମିଳିବ କି ସୁଯୋଗ ତାଉପରେ ନଜର ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.