ଟି-ଟ୍ୱେଣ୍ଟି ବିଶ୍ୱକପ: ଆଜି ଭାରତ-ନେଦରଲାଣ୍ଡ ମୁକାବିଲା

କେନ୍ୟୁଜ୍(ବ୍ୟୁରୋ): ଟି-ଟ୍ୱେଣ୍ଟି ବିଶ୍ୱକପରେ ଆଜି ଭାରତ-ନେଦରଲାଣ୍ଡ ମୁକାବିଲା । ଏହି ମ୍ୟାଚ୍‌ ଜିତି ଗ୍ରୁପ-୨ର ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ ଲକ୍ଷ୍ୟରେ ରହିବ ଟିମ୍‌ ଇଣ୍ଡିଆ । ପ୍ରଥମ ମ୍ୟାଚରେ ପାକିସ୍ତାନକୁ ହରାଇଥିବାରୁ ଭାରତର ମନୋବଳ ଦୃଢ଼ ରହିଛି । ବିରାଟ କୋହଲି ଫର୍ମକୁ ଫେରିଛନ୍ତି । ତାଙ୍କ ବ୍ୟାଟରୁ ଆଉ ଏକ ବଡ଼ ସ୍କୋର ଆଶା କରାଯାଉଛି । ଆଗକୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ୍‌ ଖେଳିବ ଟିମ୍‌ ଇଣ୍ଡିଆ । ତାପୂର୍ବରୁ ନେଦରଲାଣ୍ଡସ୍‌ ମୁକାବିଲାରେ ଦୁଇ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ ଫର୍ମକୁ ଫେରିବା ଜରୁରୀ । ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଏମାନେ ଭଲ ପ୍ରଦର୍ଶନ କରି ନାହାନ୍ତି ।

ଆଜିର ମ୍ୟାଚ୍‌ରେ ପ୍ଲେଇଂ ଭଲେଭେନରେ ବିଶେଷ ପରିବର୍ତ୍ତନ ହୋଇ ନପାରେ । ତଥାପି ରବିଚନ୍ଦ୍ରନ ଅଶ୍ୱିନଙ୍କ ସ୍ଥାନରେ ଯୁଜବେନ୍ଦର ଚହଲଙ୍କୁ ସୁଯୋଗ ମିଳିପାରେ । ପାକିସ୍ତାନ ବିପକ୍ଷରେ ଭାରତର ବୋଲିଂ ବେଶ ଶୃଙ୍ଖଳିତ ରହିଥିଲା । ନେଦରଲାଣ୍ଡସ୍‌ ବିପକ୍ଷରେ ଏହି ପ୍ରଦର୍ଶନ ଦୋହରାଇବାକୁ ବୋଲର ପ୍ରୟାସ କରିବେ । … ସେପଟେ ଯୋଗ୍ୟତା ପର୍ଯ୍ୟାୟରେ ଶ୍ରେଷ୍ଠ ପ୍ରଦର୍ଶନ କରି ସୁପର-୧୨ ପ୍ରବେଶ କରିଛି ନେଦରଲାଣ୍ଡସ୍‌ । ଟି-ଟେ୍ଵଣ୍ଟି କ୍ରିକେଟରେ ଭାରତକୁ ହରାଇବା ନେଦରଲାଣ୍ଡସ୍‌ ପକ୍ଷରେ ଏକ ପ୍ରକାର ଅସମ୍ଭବ । ତଥାପି ବିପର୍ଯ୍ୟୟ ଘଟାଇବା ଦକ୍ଷତା ବି ରହିଛି ନେଦରଲାଣ୍ଡସ୍‌ । .

Leave A Reply

Your email address will not be published.