ସିରିଜ ସୁଇପ୍‌ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ: ଆଜି ରାୟପୁରରେ ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ମୁକାବିଲା

ସିରିଜ ସୁଇପ୍‌ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ । ଆଜି ରାୟପୁରରେ ଖେଳାଯିବ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ସିରିଜର ଦ୍ୱିତୀୟ ଦିନିକିଆ । ରାୟପୁରରେ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳାଯିବ । ହାଇଦ୍ରାବାଦରେ ଅନୁଷ୍ଠିତ ହାଇସ୍କୋରିଂ ମ୍ୟାଚରେ ଭାରତ ୧୨ ରନରେ ବିଜୟୀ ହୋଇଥିଲା । ତିନିଟିକିଆ ସିରିଜରେ ପ୍ରଥମ ମ୍ୟାଚ ଜିତି ୧-୦ରେ ଆଗୁଆ ରହିଛି । ଆଜିର ମ୍ୟାଚ ଜିତି ସିରିଜ କବଜା ଲକ୍ଷ୍ୟରେ ରହିଛି ରୋହିତ ବାହିନୀ ।

ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଆଜିର ମ୍ୟାଚ ଜିତି ସିରିଜରେ ତିଷ୍ଠି ରହିବାକୁ ଚେଷ୍ଟା କରିବ । ପ୍ରଥମ ଦିନିକିଆରେ ଯୁବ ଓପନର ଶୁବମନ ଗିଲଙ୍କ ୨୦୮ ରନର ଦ୍ୱିଶତକୀୟ ପାଳି ଖେଳିଥିଲେ । ବୋଲିଂରେ ମହମ୍ମଦ ସିରାଜ ୪ ଓ୍ଵିକେଟ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.