ଆଜି ଭାରତ- ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆ, ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ ବ୍ଯାଟିଂ କରିବ

ରବିବାର ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିତୀୟ ଦିନିକିଆ ଖେଳିବ ବିରାଟ ବାହିନୀ । ଦ୍ବିତୀୟ ଦିନିକିଆରେ ପୁଣି ଟସ୍ ଜିତିଛି ଅଷ୍ଟ୍ରେଲିଆ। ଟସ୍ ଜିତିବା ପାଇଁ ପ୍ରଥମେ ବ୍ଯାଟିଂ କରିବାର ନିଷ୍ପତ୍ତି ନେଇଛି କଙ୍ଗାରୁ ଦଳ। ପ୍ରଥମ ମ୍ୟାଚରେ ପରାସ୍ତ ହେବା ପରେ ଆଜିର ମ୍ୟାଚ୍ ଭାରତ ପାଇଁ କର ବା ମର ଭଳି ରହିଛି । ସେପଟେ ପ୍ରଥମ ମ୍ୟାଚ୍ ଜିତି ଅଷ୍ଟ୍ରେଲିଆର ମନୋବଳ ଦୃଢ ରହିଛି । ଭାରତୀୟ କ୍ରିକେଟ୍ ଟିମ୍ ସିଡନୀରେ ଖେଳା ଯାଇଥିବା ପ୍ରଥମ ଦିନିକିଆରେ ଭଲ ପ୍ରଦର୍ଶନ କରି ପାରିନଥିଲା। ଫଳସ୍ଵରୂପ ଦଳ ୬୬ ରନରେ ପରାଜିତ ହୋଇଥିଲା। ଏବେ ଭାରତ ସିରିଜ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ହେଲେ ଦ୍ଵିତୀୟ ଦିନିକିଆ ଜିତିବାକୁ ପଡିବ। ଦ୍ଵିତୀୟ ଦିନିକିଆ ମଧ୍ୟ ସିଡନୀରେ ଖେଳାଯିବ।

ଭାରତୀୟ ବ୍ୟାଟିଂ ବିଭାଗରେ ପରିବର୍ତ୍ତନ ହେବାର ଆଶା ନାହିଁ । ତଥାପି ମୟଙ୍କ ଅଗ୍ରୱାଲଙ୍କ ସ୍ଥାନରେ ଶୁଭମନ ଗିଲଙ୍କୁ ଓପନର ଭାବେ ସୁଯୋଗ ଦେବାକୁ ଟିମ୍ ମ୍ୟାନେଜେମେଣ୍ଟ ଚିନ୍ତା କରିବା ଆବଶ୍ୟକ । ସେ ବର୍ତ୍ତମାନ ଫର୍ମରେ ରହିଛନ୍ତି । ସେମିତି ଦେଖିବାକୁ ଗଲେ ମୟଙ୍କ ଟେଷ୍ଟ ସିରିଜ୍ରେ ଓପନିଂ କରିବା ସୁନିଶ୍ଚିତ । ତେଣୁ ଯୁବ ବ୍ୟାଟ୍ସମ୍ୟାନଙ୍କୁ ସୁଯୋଗ ଦେବାର ସମୟ ଆସିଛି କହିଲେ ଭୁଲ ହେବ ନାହିଁ। ମଧ୍ୟକ୍ରମରେ କୌଣସି ପରିବର୍ତ୍ତନର ସମ୍ଭାବନା କମ୍ ରହିଛି । ନବଦୀପ ସାଇନିଙ୍କ ସ୍ଥାନରେ ଟି ନଟରାଜନଙ୍କୁ ଖେଳାଇବା ସଠିକ୍ ନିଷ୍ପତ୍ତି ହୋଇପାରେ ।

 

Leave A Reply

Your email address will not be published.