କିଏ ହାତେଇବ ଚାମ୍ପିଅନ୍ସ ଟ୍ରଫି ? ୨୫ ବର୍ଷ ପରେ ନ୍ୟୁଜିଲାଣ୍ଡ ଠାରୁ ବଦଲା ଲକ୍ଷ୍ୟରେ ଭାରତର ମହା ରଣନୀତି

ଭାରତ ନା ନ୍ୟୁଜିଲାଣ୍ଡ କିଏ ହାତେଇବ ଚାମ୍ପିଅନ୍ସ ଟ୍ରଫି । ଆଜି ସୁପର ସଣ୍ଡେରେ ସୁପର ଫାଇଟ । ଦିନ ୨ଟା ୩୦ରୁ ଆରମ୍ଭ ହେବାକୁ ଥିବା ଏହି ମହା ଲଢ଼େଇକୁ ଦୁଇ ଦେଶର ସମର୍ଥକ ଓ ସାରାବିଶ୍ବର କ୍ରିକେଟ୍‌ପ୍ରେମୀ ବି ଚାତକ ଭଳି ଚାହିଁ ବସିଛନ୍ତି । ୨୫ ବର୍ଷ ପରେ କିୱି ଠାରୁ ବଦଲା ଲକ୍ଷ୍ୟରେ ରୋହିତ ବ୍ରିଗେଡ୍ । କିୱିକୁ ଚେକ୍ ଦେବାକୁ ଭାରତର ମହା ରଣନୀତି । ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇବାକୁ ହେଲେ ରୋହିତ ବାହିନୀକୁ ୩ଜଣ ଖେଳାଳିଙ୍କ ପ୍ରତି ସତର୍କ ରହିବାକୁ ପଡ଼ିବ । ଏହି ୩ ଖେଳାଳି ହେଲେ ମିଚେଲ ସାଣ୍ଟନର, ରଚିନ ରବିନ୍ଦ୍ର ଓ କେନ ୱିଲିୟମସନ । ଚାମ୍ପିଅନସ ଟ୍ରଫିରେ ମଧ୍ୟ ତାଙ୍କର ପ୍ରଦର୍ଶନ ଭଲ ରହିଛି । ୱିଲିୟମସନଙ୍କ ଦକ୍ଷତା ସହ ଭାରତ ଭଲ ଭାବେ ପରିଚିତ । ରଚିନ ରବିନ୍ଦ୍ର ଏବେ ଶ୍ରେଷ୍ଠ ଫର୍ମରେ ଅଛନ୍ତି । ୨୨୬ ରନ ସହ ଦୁଇଟି ଶତକ ହାସଲ କରିଛନ୍ତି ।

ତେବେ ଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡର ପ୍ରମୁଖ ପେସ ବୋଲର ମାଟ ହେନରୀ ଖେଳିବା ନେଇ ଆଶଙ୍କା ରହିଛି ।  ଏପଟେ ଫାଇନାଲ୍ ଫାଇଟରେ ଟିମ୍ ଇଣ୍ଡିଆର ବଳ ବିରାଟ, ବରୁଣ ଓ ଗିଲ୍ । ଲିଗ୍ ଓ ନକଆଉଟ୍ ପର୍ଯ୍ୟାୟରେ ସମସ୍ତ ଟିମକୁ ମାତ୍ ଦେଇ ଅପରାଜେୟ ରହିଛି ରୋହିତ୍ ସେନା । ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ଭାରତୀୟ ଦଳର ଜବରଦସ୍ତ ପ୍ରଦର୍ଶନ ରହିଛି । ଦିନିକିଆରେ ଭାରତ ଓ ନ୍ୟୁଜିଲାଣ୍ଡ ୧୧୯ ଥର ମୁହଁମୁହିଁ ହୋଇଛନ୍ତି । ଭାରତ ୬୨ଟି ମ୍ୟାଜ ଜିତିଥିବାବେଳେ ୫୦ଟି ବିଜୟ ନିଜ ନାଁରେ କରିଛି ନ୍ୟୁଜିଲାଣ୍ଡ । ଚାମ୍ପିଅନ୍ସ ଟ୍ରଫିରେ ଏହି ୨ଦଳ କେବଳ ୨ଥର ମୁହାଁମୁହିଁ ହୋଇଛନ୍ତି । ଯାହା ଭିତରୁ ଭାରତ ଗୋଟିଏ ଓ ନ୍ୟୁଜିଲାଣ୍ଡ ଗୋଟିଏ ମ୍ୟାଚ ନିଜ ନିଜ ନାଁରେ କରିଛନ୍ତି ।

 

ଆହୁରି ପଢ଼ନ୍ତୁ :  ଚାମ୍ପିଅନ୍ସ ଟ୍ରଫି ବିଜେତା ଟିମ୍ ହେବ ମାଲେମାଲ୍, ଫାଇନାଲ ହାରିଥିବା ଟିମ୍କୁ ମିଳିବ ବଡ଼ ପୁରସ୍କାର