ଭାରତ ପାଇଁ ଆଜି କର ବା ମର ସ୍ଥିତି, ୱେଷ୍ଟଇଣ୍ଡିଜ ସହ ଦ୍ଵିତୀୟ ମୁକାବିଲା

ଭାରତ ପାଇଁ ଆଜି କର ବା ମର ସ୍ଥିତି। ପ୍ରଥମ ଦିନିକିଆରେ ୱେଷ୍ଟଇଣ୍ଡିଜ ଠାରୁ ୮ ଓ୍ଵିକେଟରେ ଶୋଚନୀୟ ଭାବେ ପରାସ୍ତ ହୋଇଥିବା ଟିମ ଇଣ୍ଡିଆ ଆଜି ଦ୍ୱିତୀୟ ମୁକାବିଲାର ସମୁଖୀନ ହେବ । ବିଜୟ ସହ ସିରିଜକୁ ପ୍ରତ୍ୟାବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛି ବିରାଟ ବାହିନୀ । ଭାଇଜାଗରେ ହେବାକୁ ଥିବା ଏହି ମ୍ୟାଚରେ ଭାରତୀୟ ବୋଲିଂକୁ ନେଇ କ୍ୟାପଟେନ କୋହଲୀ ଚିନ୍ତାରେ । ବୋଲର ଦୀପକ ଚହର, ମହମ୍ମଦ ସାମି, କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଦେଜାଙ୍କୁ ବୋଲିଂରେ ସଂଘର୍ଷ କରିବାକୁ ପହିଥିଲା । ବୋଲିଂ କମ୍ବିନେସନରେ ପରିବର୍ତ୍ତନ କରାଯାଇପାରେ । ସେହିଭଳି ବ୍ୟାଟିଂରେ ମଧ୍ୟ ସୁଧାର ଆଣିବାକୁ ପଡିବ । ଭାଇଜାଗରେ ପୂର୍ବରୁ ଟିମ ଇଣ୍ଡିଆ ଭଲ ପ୍ରଦର୍ଶନ କରି ଆସିଛି । ହେଲେ େଓ୍ଵଷ୍ଟଇଣ୍ଡିଜ୍‌ ଭଲ ଫର୍ମରେ ରହିଛି । ଆଜିର ମ୍ୟାଚରେ ଟିମ ଇଣ୍ଡିଆ ବିଜୟୀ ହେଲେ ବାରବାଟୀରେ କଡା ଟକ୍କର ଦେଖିବାକୁ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.