ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌

ଲକ୍ଷ୍ନୌ(କେନ୍ଯୁଜ୍) : ଆଜି ଭାରତ- ୱେଷ୍ଟଇଣ୍ଡିଜ୍‌ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ । ଲକ୍ଷ୍ନୌର ଏକନ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ସଂଧ୍ୟା ୭ଟାରେ ଖେଳାଯିବ ମ୍ୟାଚ୍‌ । ଟେଷ୍ଟ ଓ ଓ୍ଵାନଡେ ସିରିଜ କବ୍‌ଜା କରିବା ପରେ ଏବେ ଟି-୨୦ସିରିଜ ହାତେଇବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ମେନ୍‌ ଇନ୍‌ ବ୍ଲୁ । ପ୍ରଥମ ମ୍ୟାଚରେ ରେମାଞ୍ଚକର ବିଜୟ ପରେ ଟିମର ମନବଳ ଦୃଢ ରହିଛି । ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ତେଣୁ ଆଜିର ମ୍ୟାଚ ଜିତି ସରିଜ କବାଜ କରିବାକୁ ପଡିଆକୁ ଦଳ ପ୍ରସ୍ତୁତ ।

sଇଡର୍ନ ମ୍ୟାଚରେ ଲୋ-ସ୍କୋରିଂ ମ୍ୟାଚ ଜିତିବାକୁ ସଂଘର୍ଷ କରିଥିବା ଟିମ ଇଣ୍ଡିଆ । ମିଡିଲ ଅର୍ଡରରେ ଦଳ ସଫଳ ହାସଲ କରିପାରିନଥିଲା । ତେବେ ପୂର୍ବତ୍ରୁଟିକୁ ସୁଧାରି ମ୍ୟାଚରେ ଭଲ ପ୍ରଦର୍ଶନ କରିବ ମେନ ଇନ୍‌ ବ୍ଲୁ । ସେହିପରି ପୂର୍ବତ୍ରୁଟିକୁ ସୁଧାରି ମ୍ୟାଚ ଜିତି ସିରିଜକୁ ବରାବର ସ୍ଥିତିରେ ରଖିବାକୁ ସ୍ୱତନ୍ତ୍ର ରଣନୀତି କରିଛି କାରିବିଅନ ଟିମ୍‌ ।ଦଳରେ ଅଛନ୍ତି ବ୍ରାଥେଓ୍ଵଟ, ଡ୍ୟାରେନ ବ୍ରାଭୋ, କିରନ ପୋଲାର୍ଡଙ୍କ ଭଳି ଦୁର୍ଦ୍ଧର୍ଷ ଖେଳାଳି । ଦୁଇ ଦଳ ମଧ୍ୟରେ ଖେଳା ଯାଇଥିବା ୯ଟି ଟି-୨୦ ମୁକାବିଲାରେ ଇଣ୍ଡିଜ ଦଳ ୫ଟିରେ ବିଜୟ ହୋଇଥିବା ବେଳେ ଟିମ ଇଣ୍ଡିଆ ମାତ୍ର ୩ଟିରେ ବାଜି ମାରିଛି ।