ଶୀର୍ଷରେ ପହଞ୍ଚିବା ପାଇଁ ଆଜି ଦିଲ୍ଲୀ ଓ ବାଙ୍ଗାଲୋର ମଧ୍ୟରେ ହେବ ଜୋରଦାର ଟକ୍କର, ଦମ୍ଦାର ହେବ ମ୍ୟାଚ୍

ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଜି ଦୁବାଇରେ ପରସ୍ପରକୁ ଭେଟିବେ। ଉଭୟ ଟିମ୍ ଭଲ ଫର୍ମରେ ଅଛନ୍ତି ଓ ଏବେ ଯାଏଁ ୪ରୁ ୩ଟି ମ୍ୟାଚ୍ ଜିତିଛନ୍ତି। ସ୍କୋର ବୋର୍ଡରେ ଉଭୟ ଟିମ୍ ଯଥାକ୍ରମେ ୨ୟ ଓ ୩ୟ ସ୍ଥାନରେ ଅଛନ୍ତି। ଆଜିର ମ୍ୟାଚ୍ରେ ଯେଉଁ ଟିମ୍ ଜିତିବ ସେ ଶୀର୍ଷରେ ପହଞ୍ଚିବ।
ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତରଫରୁ ଏହି ଖେଳାଳି ଖେଳିବେ:
ବ୍ୟାଟିଂ: ଦେବଦତ୍ତ ପଡିକଲ, ଆରୋନ୍ ଫିଞ୍ଚ୍, ବିରାଟ କୋହଲି
ବୋଲିଂ: ନବଦୀପ ସୈନୀ, ୟୁଜବେନ୍ଦ୍ର ଚହଲ, ଇସୁର ଓଡ଼ାନା, ଏଡମ୍ ଜମ୍ପା
ଓ୍ଵିକେଟ୍ କିପର: ଏବି ଡିବିଲିୟର୍ସ
ଅଲରାଉଣ୍ଡର: ଶିବମ୍ ଦୁବେ, ଓ୍ଵାଶିଂଟନ୍ ସୁନ୍ଦର, ଗୁରକିରତ ମାନ୍
ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିବେ:
ବ୍ୟାଟିଂ: ଶିଖର ଧଓ୍ଵନ୍, ପୃଥ୍ଵୀ ଶ, ଶ୍ରେୟସ ଅୟର, ଶିମରୋନ୍ ହେଟମେୟର
ବୋଲିଂ: ଏନରିଚ୍ ନୋତର୍ଜୋ, କାଗିସୋ ରବାଡ଼ା, ଅମିତ ମିଶ୍ର ଓ ରବିଚନ୍ଦ୍ରନ ଅଶ୍ୱିନ
ଓ୍ଵିକେଟ୍ କିପର: ଋଷଭ ପନ୍ଥ
ଅଲରାଉଣ୍ଡର: ମାର୍କସ ଷ୍ଟୋଇନିସ୍, ହର୍ଷଲ ପଟେଲ