ଆଜି ମଇଦାନରେ ହେବ ମହାଲଢେଇ, କର ବା ମର ସ୍ଥିତିରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗସ

ଆଇପିଏଲରେ ପ୍ଲେଅଫ ମ୍ୟାଚ୍‌ ଦେଖିବା ପାଇଁ ପ୍ରଶଂସକ ଚାହିଁ ରହିଛନ୍ତି। ଚଳିତ ଆଇପିଏଲର ୬୪ତମ ଲିଗ୍ ମୁକାବିଲାରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍ସ। ଉଭୟ ଦଳ ସମାନ ସଂଖ୍ୟକ ୧୨ପଏଣ୍ଟ ଲେଖାଏଁ ପାଇଛନ୍ତି । ଦମଦାର ରନ୍ ରେଟ୍ ଯୋଗୁଁ ଦିଲ୍ଲୀ କ୍ୟାପିଟାଲ୍ସ ୫ମ ଓ ପଞ୍ଜାବ କିଙ୍ଗ୍ସ ସପ୍ତମ ସ୍ଥାନରେ ରହିଛି । ତେଣୁଆଜିର ମ୍ୟାଚ ଉଭୟ ଟିମ ପାଇଁ କର ବା ମର ପରିସ୍ଥିତି ଆଣିପାରେ। ଯିଏ ଏହି ମ୍ୟାଚ ଜିତିବ ସେହି ଦଳ ପଏଣ୍ଟ ତାଲିକାରେ ୪ ନଂ ସ୍ଥାନକୁ ଉଠିବ। ତେଣୁ ଆଜିର ମ୍ୟାଚରେ ଜବରଦସ୍ତ ଟକ୍କର ଦେଖିବାକୁ ଫ୍ୟାନ୍ସ ପାଇବେ।

କ୍ୟାପିଟାଲ୍ସ ଓ କିଙ୍ଗ୍ସ ଦଳ ନିଜର ନିଜ ପୂର୍ବ ମ୍ୟାଚ୍ ଜିତି ମନୋବଳ ଦୃଢ କରିସାରିଛନ୍ତି। କ୍ୟାପିଟାଲ୍ସ ଦଳ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିଲା । ମିଚେଲ ମାର୍ଶ ଓ ଡେଭିଡ୍ ୱାର୍ଣ୍ଣର ଦଳକୁ ଜିତାଇଥିଲେ । ଉଭୟ ଏବେ ଭଲ ଫର୍ମରେ ରହିଛନ୍ତି । ଓପନର ପୃଥ୍ଵୀ ଶ ଟାଇଫଏଡ ଜ୍ୱରରୁ ଭଲ ହୋଇ ଟିମକୁ ଫେରିଛନ୍ତି। ତେଣୁ ଆଜିର ମ୍ୟାଚରେ ସେ ଖେଳିବା ସମ୍ଭାବନା ରହିଛି । ସେହିପରି ପୂର୍ବ ମ୍ୟାଚ୍ରୁ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ପେସ୍ ବୋଲର ଖଲିଲ୍ ଅହମ୍ମଦ ଲୟରେ ଥିବାବେଳେ ଚେତନ ସକରିୟା ବୋଲିଂ ବିପକ୍ଷ ଟିମ୍‌ ଉପରେ ପ୍ରଭାବ ପକାଉଛି। ଖାସ୍‌ କରି ଏଥିପାଇଁ ପଞ୍ଜାବ କିଙ୍ଗ୍ସ ବୋଲର ଓ କ୍ୟାପିଟାଲ୍ସ ବ୍ୟାଟରଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିବ ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି।

କିଙ୍ଗ୍ସ ଦଳ ପୂର୍ବ ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜର୍ସକୁ ୫୪ରନରେ ପରାସ୍ତ କରି ବିଜୟଧାରାକୁ ଫେରିଥିଲା । ଜନି ବେୟାରଷ୍ଟୋ ଓ ଲାଏମ୍ ଲିଭିଙ୍ଗ୍ଷ୍ଟୋନ୍ ଅର୍ଦ୍ଧଶତକ ଇନିଂସ୍ ଖେଳି ଦଳକୁ ବିଜୟୀ କରାଇଥିଲେ । ଓପନର ଶିଖର ଧୱନ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି ।

ଦିଲ୍ଲୀ କ୍ୟାପିଟାଲ୍ସ: ପୃଥ୍ୱୀ ଶ’, ଡେଭିଡ ୱାର୍ଣ୍ଣର, ରିଷଭ ପନ୍ତ (ଅଧିନାୟକ), ମିଚେଲ ମାର୍ଶ, ଲଳିତ ଯାଦବ, ଅକ୍ଷର ପଟେଲ, ରୋଭମାନ ପାୱେଲ, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ମୁସ୍ତାଫିଜୁର ରେହମାନ, ଚେତନ ସକାରିୟା/ଖଲିଲ ଅହମ୍ମଦ ।

ପଞ୍ଜାବ କିଙ୍ଗ୍ସ: ଶିଖର ଧାୱନ, ମୟଙ୍କ ଅଗ୍ରୱାଲ୍ (ଅଧିନାୟକ), ଜନି ବେୟାରଷ୍ଟୋ, ଲାଏମ ଲିଭିଙ୍ଗଷ୍ଟୋନ, ଜିତେଶ ଶର୍ମା, ଶାହରୁଖ ଖାନ, ଓଡ଼ିନ ସ୍ମିଥ୍, କାଗିସୋ ରାବାଡା, ରାହୁଲ ଚହର, ବୈଭବ ଆରୋରା, ଅର୍ଶଦୀପ ସିଂହ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.