ଆଜି ହେବ ଜବରଦସ୍ତ ଟକ୍କର, ଗୁଜରାଟ ଟାଇଟନ୍ସ ସହିତ ମୁହାଁମୁହିଁ ହେବ କୋଲକତା

ଚଳିତ ଆଇପିଏଲରେ ୩୫ତମ ଲିଗ୍ ମ୍ୟାଚରେ ପରସ୍ପରକୁ ଭେଟିବେ ଗୁଜରାଟ ଟାଇଟନ୍ସ ଓ କୋଲକାତା ନାଇଟ ରାଇଡର୍ସ । ଏହି ମ୍ୟାଚକୁ ନେଇ ଉଭୟ ଦଳ ପ୍ରସ୍ତୁତି ପର୍ବ ଶେଷ କରିଛନ୍ତି । ପଏଣ୍ଟ ତାଲିକାରେ ଟାଇଟନ୍ସ ଉପରେ ରହିବାକୁ ସମସ୍ତ ଚେଷ୍ଟା କରିବ। ଅନ୍ୟ ପଟରେ ଲଗାତାର ୩ଟି ମ୍ୟାଚ ପରାଜିତ ହୋଇ ସାରିଥିବା ନାଇଟ ରାଇଡର୍ସ ପାଇଁ ମ୍ୟାଚ ଜିତିବା ଜରୁରୀ ହୋଇପଡିଛି। ତେଣୁ ଆଜି ଜବରଦସ୍ତ ଟକ୍କର ଦେଖିବାକୁ ମିଳିବ।

୫ ଦିନ ରେଷ୍ଟ ନେବା ପରେ ଟାଇଟନ୍ସ ଗ୍ରାଉଣ୍ଡକୁ ଓହ୍ଲାଇବ । ଚଳିତ ସିଜିନରେ ୬ଟି ମ୍ୟାଚ୍ ଖେଳି ଟାଇଟନ୍ସ ୫ ବିଜୟ ସହ ମୋଟ୍ ୧୦ ପଏଣ୍ଟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ୍‌ ଭଲ ପ୍ରଦର୍ଶନ କରୁଛି। ସେହିପରି କୋଲକତା ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ଲଗାତାର ୩ଟି ମ୍ୟାଚ ହାରିବା ଚ୍ୟାଲେଞ୍ଜ ହୋଇଯାଇଛି। ନାଇଟ ରାଇଡର୍ସ ୭ଟି ମ୍ୟାଚ୍ ଖେଳି ୩ଟି ବିଜୟ ସହ ମୋଟ୍ ୬ ପଏଣ୍ଟ ହାସଲ କରିଛି । ପଏଣ୍ଟ ତାଲିକାରେ ନାଇଟ ରାଇଡର୍ସ ୭ମ ସ୍ଥାନରେ ରହିଛି ।

ଆଜିର ମ୍ୟାଚରେ ରସିଦ ଖାନ୍ ୧୦୦ ଆଇପିଏଲ୍ ୱିକେଟ୍ କ୍ଲବରେ ସାମିଲ ହୋଇପାରନ୍ତି । ଏହା ମଧ୍ୟରେ ୯୯ଟି ୱିକେଟ୍ ନେଇସାରିଛନ୍ତି। ଆଇପିଏଲରେ ମିଲର ୯୯, ନିତିଶ ରାଣା ୯୮ ଓ ଆୟର ୯୪ଟି ଛକା ମାରି ସାରିଛନ୍ତି । ୩ଜଣଙ୍କ ପାଇଁ ୧୦୦ ଛକା କ୍ଲବରେ ସାମିଲ ହେବାର ସୁଯୋଗ ରହିଛି ।

ଗୁଜରାଟ ଟାଇଟନ୍ସ: ଶୁଭମନ ଗିଲ୍, ମାଥ୍ୟୁ ୱେଡ୍, ବିଜୟ ଶଙ୍କର/ସାଇ ସୁଦର୍ଶନ, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଡେଭିଡ୍ ମିଲର, ଅଭିନବ ମନୋହର, ରାହୁଲ ତେୱାତିଆ, ରସିଦ ଖାନ, ଲୋକି ଫର୍ଗୁସନ, ମହମ୍ମଦ ସାମି, ୟଶ ଦୟାଲ ।

କୋଲକାତା ନାଇଟ୍ ରାଇଡର୍ସ: ଆରୋନ ଫିଞ୍ଚ, ଭେଙ୍କଟେଶ ଆୟର, ଶ୍ରେୟସ ଆୟର (ଅଧିନାୟକ), ନିତିଶ ରାଣା, ସେଲଡନ ଜାକସନ, ଆନ୍ଦ୍ରେ ରସେଲ, ସୁନିଲ ନାରାଏନ, ପ୍ୟାଟ୍ କମିନ୍ସ, ଶିବମ ମାଭି, ଉମେଶ ଯାଦବ, ବରୁଣ ଚକ୍ରବର୍ତ୍ତୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.