କ୍ରୀଡା

ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ରାହୁଲ, ହେଲେ ପନ୍ତ ମଧ୍ୟ ମ୍ୟାଚ୍‌ ହାତେଇବାକୁ ପ୍ରସ୍ତୁତ

ଆଜିର ଆଇପିଏଲ୍ର ୪୫ତମ ଲିଗ୍ ମ୍ୟାଚରେ ମୁହାଁମୁହିଁ ହେବେ ଲକ୍ଷ୍ମୌ ସୁପରଜିଆଣ୍ଟସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ସୁପରଜିଆଣ୍ଟସ ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ରହିଛି । ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ମ୍ୟାଚ ଜିତି ପଏଣ୍ଟ ତାଲିକାରେ ଉପରକୁ ଉଠିବାକୁ ଚେଷ୍ଟା କରିବ। ନିକଟରେ ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳି କରୋନା ସଂକ୍ରମିତ ହୋଇ ଦଳକୁ ଏକ ପ୍ରକାର ଝଟକା ଦେଇଥିଲେ।

ଲକ୍ଷ୍ମୌ ପୂର୍ବ ୨ଟି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଥିଲା । ଦଳ ୯ଟି ମ୍ୟାଚ୍‌ ଖେଳି ୬ଟି ମ୍ୟାଚ ଜିତିଥିବା ବେଳେ ୩ଟି ମ୍ୟାଚ ହାରିଛି। ଏହା ସହିତ ପଏଣ୍ଟ ତାଲିକ ୧୨ପଏଣ୍ଟ ପାଇ ତାଲିକାର ତୃତୀୟ ସ୍ଥାନରେ ରହିଛି । କେଏଲ୍‌ ରାହୁଲଙ୍କ ଟିମ୍‌ ଗତ ୭ ତାରିଖ ଅନୁଷ୍ଠିତ ଲିଗ୍ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ପରାଜିତ କରିଥିଲା । ଆହତ ସମସ୍ୟା ପାଇଁ ପୂର୍ବ ମ୍ୟାଚ୍ ଖେଳିନଥିବା ପେସ୍ ବୋଲର ଖଲିଲ୍ ଅହମ୍ମଦ ଏକାଦଶକୁ ଫେରିବା ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ଆଇପିଏଲରେ ୮ ମ୍ୟାଚ ୪ ବିଜୟ, ୪ ପରାଜୟ ସହ ମୋଟ ୮ପଏଣ୍ଟ ପାଇ ୬ ନଂସ୍ଥାନରେ ରହିଛି । ପୂର୍ବ ମ୍ୟାଚରେ ଦଳ ନାଇଟ୍ ରାଇଡର୍ସକୁ ୪ ୱିକେଟରେ ପରାସ୍ତ କରିଥିଲା । ଏହି ବିଜୟ ଦଳୀୟ ଖେଳାଳିଙ୍କ ମନୋବଳ ଦ୍ୱିଗୁଣିତ କରିଛି । ଅଧିନାୟକ ରିଷଭ ପନ୍ତ ସ୍ଥିର ପ୍ରଦର୍ଶନ ଦେବାରେ ବିଫଳ ହୋଇଛନ୍ତି ।

ଲକ୍ଷ୍ମୌ ସୁପରଜିଆଣ୍ଟସ : ଲୋକେଶ ରାହୁଲ (ଅଧିନାୟକ), କ୍ୱିଣ୍ଟନ ଡି’କକ୍, ମାର୍କସ ଷ୍ଟଇନିସ୍, କୃନାଲ୍ ପାଣ୍ଡ୍ୟା, ଦୀପକ ହୁଡ଼ା, ଆୟୁଷ ବଦୋନି, ଜାସନ ହୋଲ୍ଡର, ଦୁଷ୍ମନ୍ତ ଚାମୀରା, ରବି ବିଷ୍ଣୋଇ, ମୋହସିନ ଖାନ, ଅଭେଶ ଖାନ ।

 ଦିଲ୍ଲୀ କ୍ୟାପିଟାଲ୍ସ: ପୃଥ୍ୱୀ ଶ’, ଡେଭିଡ ୱାର୍ଣ୍ଣର, ରିଷଭ ପନ୍ତ (ଅଧିନାୟକ), ମିଚେଲ ମାର୍ଶ, ଲଳିତ ଯାଦବ, ଅକ୍ଷର ପଟେଲ, ରୋଭମାନ ପାୱେଲ, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ମୁସ୍ତାଫିଜୁର ରେହମାନ, ଚେତନ ସକାରିୟା/ଖଲିଲ ଅହମ୍ମଦ ।

ସୂଚନାଯୋଗ୍ୟ, ଗତ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଜବରଦସ୍ତ ମ୍ୟାଚ ଦେଖିବାକୁ ମିଳିଥିଲା। ଏହି ମ୍ୟାଚରେ ସଞ୍ଜୁ ସାମସନଙ୍କ ଟିମ୍‌ ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୫ ରନରେ ହରାଇଥିଲା। ଏହି ମ୍ୟାଚ୍‌ ସମୟରେ ଦିଲ୍ଲୀ ଟିମ୍‌ର ଅଧିନାୟକ ଋଷଭ ପନ୍ତଙ୍କ ରାଗ ମୁଣ୍ଡ ଉପରକୁ ଚଢିଯାଇଥିଲା। ଯାହାର ଭିଡିଓ ଦେଖିବାକୁ ମିଳିଥିଲା। ଏହା ପରେ ୟଜୁବେନ୍ଦ୍ର ଚହଲ କୁଲଦୀପ ଯାଦବଙ୍କୁ ରାଗରେ ଚାପୁଡା ମାରିଥିଲେ।

Also Read : ରାଗି ଯାଇ ବ୍ୟାଟରଙ୍କୁ ପ୍ୟାଭିଲିଅନ ଡାକିଲେ ପନ୍ତ, ତେଣୁ କୁଲଦୀପଙ୍କୁ ଚାପୁଡା ମାରିଲେ ଚହଲ: ଦେଖନ୍ତୁ ଭିଡିଓ

Swagatika

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

4 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

17 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

26 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

29 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago