ଆଜି କେଏଲ୍‌ ରାହୁଲଙ୍କ ଟକ୍କର ଦେବାକୁ ପ୍ରସ୍ତୁତ ସଞ୍ଜୁ ସାମସନ, ଉଭୟ ଟିମର ବଡ ସ୍କୋର ସମ୍ଭାବନା

ଆଇପିଏଲ୍‌ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ମୌ ସୁପରଜିଆଣ୍ଟସ। ଦୁଇଟି ଯାକ ଟିମ୍‌ ଏବେ ପଏଣ୍ଟ ତାଲିକାରେ ଉପରେ ରହିଛନ୍ତି। ଆଉ ଆଜିର ମ୍ୟାଚ ଜିତି ନିଜର ସ୍ଥିତିକୁ ମଜବୁତ ରଖିବା ପାଇଁ ଉଭୟ ଟିମ୍‌ ଚେଷ୍ଟା କରିବେ। ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ଆଜିର ମ୍ୟାଚ ଖେଳାଯିବ। ଆଉ ଆଜି ବଡ ସ୍କୋର ଦେଖିବାକୁ ମିଳିବ ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି।

ଓ୍ଵାଙ୍ଖଡେ ଷ୍ଟାଡିୟମରେ ପିଚ୍‌ରେ ଭଲ୍‌ ବୋଲିଂ ହେବ ବୋଲି ବୋଲର ଆଶା ରଖିଛନ୍ତି। ଏଠାରେ କାକର ପଡିବାର ଯଥେଷ୍ଟ ସମ୍ଭାବନା ରହିଛି। ଯିଏ ଟସ୍‌ ଜିତି ବ୍ୟାଟିଂ କରିବ ସେହି ଟିମ୍‌ ଭଲ ସ୍କୋର କରିପାରେ ବୋଲି ଅନୁମାନ କରାଯାଉଛି।

ଲକ୍ଷ୍ମୌ ପ୍ରଥମ ମ୍ୟାଚରେ ଗୁଜୁରାଟ ଟାଇଟନ୍ସ ଠାରୁ ପରାଜିତ ରହିଥିଲେ। କିନ୍ତୁ ପରେ ଦଳର ଚମତ୍କାର ପ୍ରଦର୍ଶନ ଯୋଗୁଁ ଟିମ୍‌ ଚେନ୍ନାଇ ଏବଂ ହାଇଦ୍ରାବାଦ ଟିମ୍‌କୁ ହରାଇସାରିଛି। ସେହିଭଳି ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ଜିତି ଟିମର ମନୋବଳ ଦୃଢ ରହିବା ସତ୍ତ୍ୱେ ସବୁ ଖେଳାଳି ଫର୍ମରେ ରହିଛନ୍ତି।

ରାଜସ୍ଥାନ ରୟାଲ୍ସ : ଜୋସ ବଟଲର, ଯଶସ୍ୱୀ ଜୟସଓ୍ଵାଲ, ଦେବଦତ୍ତ ପାଡିକିଲ୍ଲ, ସଞ୍ଜୁ ସାମସନ୍‌, ଶିମ୍ରନ ହେଟମିୟର, ଜେମ୍ସ ନିଶାମ, ରବିଚନ୍ଦ୍ରନ ଅଶ୍ୱିନ, ନବଦୀପ ସାଇନି, ଟ୍ରେଣ୍ଡ ବୋଲ୍ଡ, ପ୍ରଣନ୍ଦ କୃଷ୍ଣ, ଯୁଜବେନ୍ଦ୍ର ଚହଲ।

ଲକ୍ଷ୍ମୌ ସୁପରଜିଆଣ୍ଟସ : କେଏଲ୍‌ ରାହୁଲ, କ୍ୱିଣ୍ଟୋନ ଡି କକ୍‌, ମାର୍କସ ଷ୍ଟୋଇନିସ, ଦୀପକ ହୁଡ୍ଡା, ଆୟୁଷ ବଡୋନୀ, କୁନାଲ ପାଣ୍ଡ୍ୟା, ଜେସନ ହୋଲଡର, କଷ୍ଣାପ୍ପା ଗୌତମ, ଆଣ୍ଡ୍ୟୁ୍ର ଟଏ, ରବି ବିଶ୍ନୋଇ, ଅଭେଶ ଖାନ୍‌।

Leave A Reply

Your email address will not be published.