ରୟାଲ୍ସ ବ୍ୟାଟର ଓ କିଙ୍ଗ୍ସ ବୋଲରଙ୍କ ମଧ୍ୟରେ ହେବ କଡ଼ା ଟକ୍କର

ଆଜି ଆଇପିଏଲରେ ୫୨ତମ ଲିଗ୍ ମ୍ୟାଚରେ ପରସ୍ପରକୁ ଟକ୍କର ଦେବେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ । ଉଭୟ ଦଳ ୧୦ଟି ଲେଖାଏଁ ମ୍ୟାଚ୍ ଖେଳି ସାରିଥିବା ବେଳେ ପ୍ଲେ- ଅଫ୍ ଦୌଡ଼ରେ ସ୍ଥାନ ଦୃଢ଼ କରିବା ଲକ୍ଷ୍ୟରେ ରହିଛନ୍ତି ।

ଆଇପିଏଲ୍‌ ପଏଣ୍ଟ ତାଲିକାରେ ରୟାଲ୍ସ ଦଳ ୧୦ଟି ମ୍ୟାଚ୍ରୁ ୬ ବିଜୟ ଓ ୪ ପରାଜୟ ସହ ମୋଟ ୧୨ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି । ପ୍ଲେ-ଅଫରେ ସ୍ଥାନ ପାଇବାକୁ ହେଲେ ଶେଷ ୪ଟି ମ୍ୟାଚରୁ ୩ଟି ମ୍ୟାଚ ଜିତିବା ଜରୁରୀ । ପୂର୍ବ ଦୁଇଟି ମ୍ୟାଚରେ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍ ରାଇଡର୍ସଠୁ ପରାଜିତ ହୋଇଛି ।

ଚଳିତ ସିଜନରେ ରୟାଲ୍ସ ପ୍ରଥମ ଥର କିଙ୍ଗ୍ସକୁ ଭେଟିବ । ଜୋସ୍ ବଟଲର ଓ ସଞ୍ଜୁ ସାମସନ୍ଙ୍କଠୁ ବ ଇନିଂସ ଆଶା ରଖିଛି ଟିମ୍‌ । ବଟଲର ସିଜନର ସର୍ବାଧିକ ରନ୍ ହାସଲକାରୀ ଥିବାବେଳେ ଅରେଞ୍ଜ କ୍ୟାପ୍ ଅକ୍ତିଆର କରିଛନ୍ତି । ସ୍ପିନର ୟୁଝବେନ୍ଦ୍ର ଚହଲ ପୂର୍ବ ୨ଟି ମ୍ୟାଚରେ ମାତ୍ର ୨ଟି ୱିକେଟ୍ ହାତେଇବାରେ ସଫଳ ହୋଇଥିଲେ ।

କିଙ୍ଗ୍ସ ଦଳ ୧୦ମ୍ୟାଚରୁ ୫ ବିଜୟ ଓ ୫ ପରାଜୟ ସହ ୧୦ପଏଣ୍ଟ ପାଇ ସପ୍ତମ ସ୍ଥାନରେ ରହିଛି । ପୂର୍ବ ମ୍ୟାଚ୍ରେ ଦଳ ଟେବୁଲ ଟପ୍ପର ଗୁଜରାଟ ଟାଇଟନ୍ସକୁ ହରାଇ ବିଜୟଧାରାକୁ ଫେରିଛି । ଏହି ବିଜୟ ଦଳର ମନୋବଳ ଦ୍ୱିଗୁଣିତ କରିଛି । ଓପନର ଶିଖର ଧାୱନ, ଭାନୁକା ରାଜାପାକ୍ସା ଓ ଲାଏମ୍ ଲିଭିଙ୍ଗ୍ଷ୍ଟୋନ୍ ଫର୍ମରେ ଥିବାବେଳେ କାଗିସୋ ରାବାଡ଼ା, ଅର୍ଶଦୀପ ସିଂହ ଭଲ ବୋଲିଂ କରୁଛନ୍ତି । ରୟାଲ୍ସ ବ୍ୟାଟର ଓ କିଙ୍ଗ୍ସ ବୋଲରଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.