ସଞ୍ଜୁ ସାମସନଙ୍କ ଠାରୁ ମ୍ୟାଚ ଛଡାଇବାକୁ ଚେଷ୍ଟା କରିବେ ହାର୍ଦ୍ଦିକ ପାଣ୍ଡ୍ୟା, ପଏଣ୍ଟ ତାଲିକାରେ ଶୀର୍ଷରେ ରହିଛି ରାଜସ୍ଥାନ

ଆଜି ଆଇପିଏଲରେ ୨୪ତମ ଲିଗ୍ ମ୍ୟାଚରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ଗୁଜରାଟ ଟାଇଟନ୍ସ । ସିଜନ ଆରମ୍ଭରୁ ଉଭୟ ଦଳର ପ୍ରଦର୍ଶନ ଭଲ ରହିଛି । ରୟାଲ୍ସ ଦଳ ୪ମ୍ୟାଚରୁ ୩ ବିଜୟ ସହ ମୋଟ୍ ୬ ପଏଣ୍ଟ ହାସଲ କରିଛି । ପଏଣ୍ଟ ତାଲିକାରେ ରାଜସ୍ଥାନ ରୟାଲ୍ସ ଶୀର୍ଷରେ ରହିଛି । ଟାଇଟନ୍ସ ୪ଟି ମ୍ୟାଚ୍ ଖେଳି ୩ ବିଜୟ ସହ ୬ ପଏଣ୍ଟ ହାସଲ କରିଛି । ଟାଇଟନ୍ସ ଚତୁର୍ଥ ସ୍ଥାନରେ ରହିଛି । ଆଜି ଉଭୟ ଦଳ ପଏଣ୍ଟ ତାଲିକାରେ ଉପରକୁ ଉଠିବା ପାଇଁ ନିଶ୍ଚିତ ଭାବେ ଚେଷ୍ଟା କରିବେ।

ଆଇପିଏଲରେ ଆଜି ପର୍ଯ୍ୟନ୍ତ ୨୩ଟି ମ୍ୟାଚ୍ ଶେଷ ହୋଇଛି । ଏକମାତ୍ର ଦଳ ଭାବେ ରାଜସ୍ଥାନ ରୟାଲ୍ସ ୩ଟି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ବିଜୟୀ ହୋଇଛି । ମହମ୍ମଦ ସାମି, ଲୋକି ଫର୍ଗୁସନ, ରସିଦ ଖାନଙ୍କୁ ନେଇ ଟାଇଟନ୍ସ ଦଳର ବୋଲିଂ ବିଭାଗ ବେଶ୍ ଶକ୍ତିଶାଳୀ ।

ରାଜସ୍ଥାନ ରୟାଲ୍ସ : ଜୋସ ବଟଲର, ଯଶସ୍ୱୀ ଜୟସଓ୍ଵାଲ, ଦେବଦତ୍ତ ପାଡିକିଲ୍ଲ, ସଞ୍ଜୁ ସାମସନ୍, ଶିମ୍ରନ ହେଟମିୟର, ଜେମ୍ସ ନିଶାମ, ରବିଚନ୍ଦ୍ରନ ଅଶ୍ୱିନ, ନବଦୀପ ସାଇନି, ଟ୍ରେଣ୍ଡ ବୋଲ୍ଡ, ପ୍ରଣନ୍ଦ କୃଷ୍ଣ, ଯୁଜବେନ୍ଦ୍ର ଚହଲ।

ଗୁଜରାଟ ଟାଇଟନ୍ସ: ଶଭୁମନ ଗିଲ, ମାଥ୍ୟୁ ୱେଡ୍/ ରହମନୁଲ୍ଲା ଗୁରବାଜ, ବିଜୟ ଶଙ୍କର, ଅଭିନବ ମନୋହର, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଡେଭିଡ୍ ମିଲର, ରାହୁଲ ତେୱାତିଆ, ରସିଦ ଖାନ, ଦର୍ଶନ ନାଲକନ୍ଦେ, ଲୋକି ଫର୍ଗୁସନ, ମହମ୍ମଦ ସାମି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.