ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ , ପ୍ଲେ ଅଫ୍‌ରେ ପ୍ରବେଶ କରିବାକୁ ରାଜସ୍ଥାନ ପାଇଁ ଶେଷ ସୁଯୋଗ

ଆଜି ଆଇପିଏଲ ମ୍ଯାଚରେ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ । ରାଜସ୍ଥାନ ରୟାଲ୍ସ ପାଇଁ ଏହି ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ । ପ୍ଲେ ଅଫ୍‌ରେ ପ୍ରବେଶ କରିବାକୁ ହେଲେ ରାଜସ୍ଥାନ ରୟାଲ୍ସକୁ ଏହି ମ୍ୟାଚ୍‌ ଜିତିବା ଜରୁରୀ ।

ସନରାଇଜର୍ସ ୯ଟି ମ୍ୟାଚ୍‌ ଖେଳି ମାତ୍ର ୨ ପଏଣ୍ଟ ହାସଲ କରିଛି । ତେଣୁ ପ୍ଲେ-ଅଫ୍‌ରେ ପ୍ରବେଶ କରିବା ପାଇଁ ଦଳ ଏକ ପ୍ରକାର ସୁଯୋଗ ହରାଇ ସାରିଛି। ସନରାଇଜର୍ସ ପାଇଁ ଚଳିତ ସିଜନ ନୈରାଶ୍ୟପୂର୍ଣ୍ଣ ରହିଛି । ଟି ନଟରାଜନ କରୋନା ସଂକ୍ରମିତ ହୋଇ ଆଇସୋଲେସନରେ ରହିଥିବାରୁ ବୋଲିଂ ବିଭାଗ ସୁଦୃଢ ହୋଇପାରି ନାହିଁ । କେବଳ ରସିଦ ଖାନ୍‌ ଓ ଜାସନ ହୋଲ୍ଡରଙ୍କୁ ନେଇ ମ୍ୟାଚ୍‌ ଜିତିବା ସମ୍ଭବ ନୁହେଁ ।
ରାଜସ୍ଥାନ ରୟାଲ୍ସ ୮ ପଏଣ୍ଟ ହାସଲ କରିସାରିଛି । ଆଉ ୬ ପଏଣ୍ଟ ହାସଲ କଲେ ଦଳର ପ୍ଲେ-ଅଫ୍‌ ଅଭିଯାନ ସମ୍ଭବ ହୋଇପାରିବ । ଜୋଫ୍ରା ଆର୍ଚର, ଜୋସ ବଟଲର, ବେନ ଷ୍ଟୋକ୍ସଙ୍କ ଅନୁପସ୍ଥିତି ଦଳର ବିଫଳତା ପଛର ପ୍ରମୁଖ କାରଣ ହୋଇପାରେ । କ୍ରିସ୍‌ ମୋରିସ ଓ ଏଭିନ ଲୁଇସ୍‌ ଆହତ ଅଛନ୍ତି। ଫଳରେ ଉଭୟ ମ୍ୟାଚ୍ ଖେଳିବା ନେଇ ଆଶଙ୍କା ରହିଛି ।

ରାଜସ୍ଥାନ ରୟାଲ୍ସ: ଯଶସ୍ୱୀ ଜୈସ୍ୱାଲ, ଲାଏମ ଲିଭିଙ୍ଗଷ୍ଟୋନ, ସଞ୍ଜୁ ସାମସନ(ଅଧିନାୟକ), ଡେଭିଲ୍‌ ମିଲର, ମହିପାଲ୍‌ ଲୋମରର, ରିୟାନ ପରାଗ, ରାହୁଲ ତେୱାତିଆ, ତାବ୍ରେଜ ସାମସି, କାର୍ତ୍ତିକ ତ୍ୟାଗୀ, ଚେତନ ସକରିୟା, ମୁସ୍ତାଫିଜୁର ରେହମାନ ।

ସନରାଇଜର୍ସ ହାଇଦ୍ରାବାଦ: ଡେଭିଡ୍‌ ୱାର୍ଣ୍ଣର, ଋଦ୍ଧିମାନ ଶାହା, କେନ ୱିଲିୟମସନ(ଅଧିନାୟକ), ମନୀଷ ପାଣ୍ଡେ, କେଦାର ଯାଦବ, ଅବଦୁଲ ସମଦ, ଜାସନ ହୋଲ୍ଡର, ରସିଦ ଖାନ, ଭୁବନେଶ୍ୱର କୁମାର, ସନ୍ଦିପ ଶର୍ମା, ଖଲିଲ ଅହମ୍ମଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.