IPL 2021 : ଆଜି ପରସ୍ପରକୁ ଟକ୍କର ଦେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ଯାପିଟାଲ୍ସ

ଆଜି ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଏହି ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି । କ୍ୟାପିଟାଲ୍ସକୁ ହରାଇ ଦଳ ପ୍ଲେ-ଅଫ୍‌ ଦୌଡ଼ରେ ଆଉ ପାଦେ ଆଗକୁ ଯିବାକୁ ଲକ୍ଷ୍ୟରେ ରହିଛି । ଅନ୍ୟ ପକ୍ଷରେ ପ୍ଲେ-ଅଫ୍‌ରେ ପ୍ରବେଶ କରିସାରିଛି ଦିଲ୍ଲୀ କ୍ଯାପିଟାଲ୍ସ।

କ୍ୟାପିଟାଲ୍ସ ୧୧ଟି ମ୍ୟାଚ୍‌ରୁ ୮ଟିରେ ବିଜୟ ସହ ୧୬ପଏଣ୍ଟ ପାଇ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । ୪୫ତମ ଲିଗ୍‌ ମୁକାବିଲାରେ ପଞ୍ଜାବ କିଙ୍ଗ୍‌ସଠୁ ନାଇଟ ରାଇଡର୍ସ ପରାଜିତ ହେବା ପରେ ଦଳ ପ୍ଲେ-ଅଫ୍‌କୁ ଯୋଗ୍ୟତା ହାସଲ କରିଥିଲା ।
ମୁମ୍ବାଇ ଇଣ୍ଡିଆନ୍ସ ଇତିମଧ୍ୟରେ ୧୧ଟି ମ୍ୟାଚ୍‌ରୁ ୫ଟି ଜିତି ମୋଟ ୧୦ପଏଣ୍ଟ ସହ ତାଲିକାର ଷଷ୍ଠ ସ୍ଥାନରେ ରହିଛି । ପ୍ଲେ-ଅଫ୍‌ ଯୋଗ୍ୟତା ପାଇଁ ଦଳକୁ ଶେଷ ୩ଟି ଯାକ ଲିଗ୍‌ ମ୍ୟାଚ୍‌ ଜିତିବା ଜରୁରୀ ।

ଦିଲ୍ଲୀ କ୍ୟାପିଟାଲ୍ସ: ପୃଥ୍ୱୀ ଶ’, ଶିଖର ଧାୱନ, ଶ୍ରେୟାସ ଆୟର, ରିଷଭ ପନ୍ତ(ଅଧିନାୟକ), ଲଳିତ ଯାଦବ, ସିମରନ ହେତମେୟର, ଅକ୍ଷର ପଟେଲ, ଆର ଅଶ୍ୱିନ, କାଗିସୋ ରାବାଡା, ଆନରିଚ ନର୍ଜ, ଅଭେଶ ଖାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.