ଆଜି ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗସ୍‌ ଓ ପଞ୍ଜାବ କିଙ୍ଗସ୍‌, ଉଭୟଙ୍କ ପାଇଁ କର ବା ମର ସ୍ଥିତି

ଆଇପିଏଲ୍‌ର ୧୪ତମ ସିଜନ୍‌ର ୫୩ ତମ ମ୍ୟାଚ୍‌ ଗୁରୁବାର ଦୁବାଇରେ ଚେନ୍ନାଇ ସୁପର କିଙ୍ଗସ୍‌ ଓ ପଞ୍ଜାବ କିଙ୍ଗସ୍‌ ମଧ୍ୟରେ ଖେଳାଯିବ। ଆଜି ମୁହାଁମୁହିଁ ହେବେ ଧୋନି ଓ ପନ୍ଥ। ସ୍କୋର ବୋର୍ଡରେ ଶୀର୍ଷ ସ୍ଥାନ ହାସଲ କରିବା ପାଇଁ ଆଜି ଏହି ଦୁଇ ବଡ଼ ଟିମ୍‌ଙ୍କ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଦେଖିବାକୁ ମିଳିବ। ମ୍ୟାଚ୍‌ ଅପରାହ୍ନ ୩.୩୦ରେ ଆରମ୍ଭ ହେବ।

ମହେନ୍ଦ୍ର ସିଂହ ଧୋନିଙ୍କ ଟିମ୍‌ ଚେନ୍ନାଇ ସୁପରକିଙ୍ଗସ୍‌ ଲଗାତାର ୨ଟି ପରାଜୟ ପରେ ମଧ୍ୟ ଖେଳରେ ଦୌଡ଼ରେ ରହିଛି। ଅନ୍ୟପଟେ ପଞ୍ଜାବର ଟିମ୍‌ ପ୍ଲେଅଫ୍‌ ଦୌଡ଼ରୁ ବାହାର ହେବା ସ୍ଥିତିରେ ରହିଛି। ଏଣୁ ତାଙ୍କ ଲକ୍ଷ୍ୟ ଆଜି ଜିତିବା ଉପରେ ରହିବ। ଆଜିର ମ୍ୟାଚ୍‌ ଜିତିଲେ ହିଁ ପଞ୍ଜାବ ଟିମ୍‌ ପ୍ଲେ-ଅଫ୍‌ ଯାଏଁ ପହଞ୍ଚିପାରିବ। ନଚେତ୍‌ ଚଳିତ ଆଇପିଏଲ୍‌ ଟ୍ରଫି ପଞ୍ଜାବ ପାଇଁ ସ୍ୱପ୍ନରେ ହିଁ ରହିଯିବ।

ଆଇପିଏଲ୍‌ର ପ୍ରଥମ ପର୍ଯ୍ୟାୟରେ ଚେନ୍ନାଇ ପଞ୍ଜାବକୁ ୬ ଓ୍ଵିକେଟ୍‌ରେ ମାତ୍‌ ଦେଇଥିଲା। ଉଭୟଙ୍କ ମଧ୍ୟରେ ହୋଇଥିବା ଗତ ୫ଟି ମ୍ୟାଚ୍‌ର କଥା ଦେଖିବା ତ ୪ଟିରେ ସିଏସ୍‌କେ ପଞ୍ଜାବକୁ ଧୂଳି ଚଟାଇବାରେ ସକ୍ଷମ ହୋଇଛି। ମାତ୍ର ଗୋଟିଏ ମ୍ୟାଚ୍‌ରେ ପଞ୍ଜାବ ବିଜୟ ଲାଭ କରିଛି।

ଭଲ ସ୍ଥିତିରେ ଅଛନ୍ତି ଚେନ୍ନାଇର ବ୍ୟାଟ୍ସମ୍ୟାନ୍‌:

ଗତବର୍ଷର ହାରକୁ ଭୁଲି ଚଳିତବର୍ଷ ଚେନ୍ନାଇ ଟିମ୍‌ ଭଲ ପ୍ରଦର୍ଶନ କରୁଛି। ୟୁଏଇରେ ଚଳିତବର୍ଷ ଚେନ୍ନାଇ ସୁପରକିଙ୍ଗସ୍‌କୁ ହରାଇବା ସହଜ ହୋଇନାହିଁ। ଚେନ୍ନାଇର ବ୍ୟାଟ୍ସମ୍ୟାନ୍‌ ଭଲ ଖେଳୁଛନ୍ତି। ଖାସ୍‌ କରି ଋତୁରାଜ ଗାୟକଓ୍ଵାଡ୍‌ଙ୍କ ପ୍ରଦର୍ଶନ ଚଳିତ ମ୍ୟାଚ୍‌ଗୁଡ଼ିକରେ ଉତ୍ତମ ରହିଛି। ଗାୟକଓ୍ଵାଡ ଓ ଦକ୍ଷିଣ ଆଫ୍ରିକାର ଅନୁଭବୀ ବ୍ୟାଟ୍ସମ୍ୟାନ୍‌ ଫାଫ୍‌ ଡୁ ପ୍ଲେସିସ୍‌ ଭଲ ପ୍ରଦର୍ଶନ କରିଛନ୍ତି। ସେହିପରି ଅମ୍ବତି ରାୟଡୁଙ୍କ ଯୋଗଦାନ ମଧ୍ୟ ଖୁବ୍‌ ଭଲ ରହିଛି।

କେଏଲ୍‌ ରାହୁଲଙ୍କ ଟିମ୍‌ର ସ୍ଥିତି ଏତେଟା ଭଲ ନାହିଁ:

ଅନ୍ୟପଟେ ପଞ୍ଜାବ କଥା କହିବା ତ ତାଙ୍କ ଟିମ୍‌ ନିରନ୍ତର ଭଲ ପ୍ରଦର୍ଶନ କରିପାରିନାହିଁ। କେଏଲ୍‌ ରାହୁଲଙ୍କ ଟିମ୍‌ ୧୦ ଅଙ୍କ ନେଇ ଷଷ୍ଠ ସ୍ଥାନରେ ଅଛି। ରାହୁଲ ଇତି ମଧ୍ୟରେ ୫୨୮ ରନ୍‌ କରିବାରେ ସକ୍ଷମ ହୋଇଛନ୍ତି। ସେହିପରି କର୍ଣ୍ଣାଟକର ତାଙ୍କ ସାଥୀ ମୟଙ୍କ ଅଗ୍ରଓ୍ଵାଲ ୪୨୯ ରନ୍‌ର ଯୋଗଦାନ ଦେଇଛନ୍ତି। କିନ୍ତୁ ତାଙ୍କର ଅନ୍ୟ ବ୍ୟାଟ୍ସମ୍ୟାନ୍‌ମାନେ ସେତେଟା ଭଲ ପ୍ରଦର୍ଶନ ଦେଖାଇପାରିନାହାନ୍ତି। ଯାହାର ପରିଣାମ ପଞ୍ଜାମ ଟିମ୍‌କୁ ଭୋଗିବାକୁ ପଡ଼ିଛି।

ଚେନ୍ନାଇ ସୁପରକିଙ୍ଗସ୍‌ର ଖେଳାଳି:

ମହେନ୍ଦ୍ର ସିଂହ ଧୋନି, ସୁରେଶ ରୈନା, ଅମ୍ବତି ରାୟଡୁ, କେଏମ୍‌ ଆସିଫ, ଦୀପକ ଚାହର, ଡେ୍ଵନ୍‌ ବ୍ରାଭୋ, ଫାଫ୍‌ ଡୁ ପ୍ଲେସିସ୍‌, ଇମ୍ରାନ୍‌ ତାହିର, କର୍ଣ୍ଣ ଶର୍ମା, ଲୁଙ୍ଗୀ ନଗିଦୀ, ମିଶେଲ ସେଣ୍ଟନର, ରବୀନ୍ଦ୍ର ଜାଡେଜା, ଋତୁରାଜ ଗାୟକଓ୍ଵାଡ, ଶାର୍ଦ୍ଦୁଲ ଠାକୁର, କେ ଗୌତମ ପ୍ରମୁଖ।

ପଞ୍ଜାବ କିଙ୍ଗସ୍‌ର ଖେଳାଳି:

କେଏଲ ରାହୁଲ, ମୟଙ୍କ ଅଗ୍ରଓ୍ଵାଲ, ଅର୍ଶଦୀପ ସିଂହ, ଈଶାନ ପୋରେଲ, ମହମ୍ମଦ ଶମି, ନାଥନ ଏଲିସ୍‌, ଆଦିଲ ରଶିଦ, ମୁରୁଗନ୍‌ ଅଶ୍ୱିନ୍‌, ହରପ୍ରୀତ ବରାର, ମନଦୀପ ସିଂହ, ଦର୍ଶନ ନାଲକାଣ୍ଡେ, ରବି ବିଶୋୟୀ, ଉତ୍କର୍ଷ ସିଂହ, ସୌରଭ କୁମାର ପ୍ରମୁଖ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.