ଆଇପିଏଲ ୨୦୨୦: ଆଜି ରାଜସ୍ଥାନ ରୟାଲ୍ସ ଏବଂ କଲିକତା ନାଇଟ ରାଇଡର୍ସ ମୁକାବିଲା, ମ୍ୟାଚ ଜିତିବା ପାଇଁ ଦୁଇ ଦଳ କରିବ ଆପ୍ରାଣ ଉଦ୍ୟମ

ଆଇପିଏଲ୍‌ ୨୦୨୦ ର ସିଜିଜ ୧୩ର ଦ୍ୱାଦଶ ମ୍ୟାଚରେ ଆଜି ରାଜସ୍ଥାନ ରୟାଲ ଏବଂ କଲିକତା ନାଇଟ ରାଇଡର୍ସ ମଧ୍ୟରେ ମୁକାବିଲା ହେବାକୁ ଯାଉଛି। ଯଦି କଲିକତା ନିଜର ବିଜୟ ଅଭିଯାନ ରଖିବାକୁ ଚାହୁଁଛି, ତେବେ ରାଜସ୍ଥାନ ବିରୋଧରେ ସର୍ବଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିବାକୁ ହେବ। ଦୁବାଇର ଇଣ୍ଟରନ୍ୟାସନାଲ ଷ୍ଟାଡିଅମରେ ଆଜି ଏହି ମ୍ୟାଚ ଖେଳାଯିବ।

ରାଜସ୍ଥାନ ପୂର୍ବରୁ ଧିମା ଖେଳୁଥିଲା କିନ୍ତୁ କିଙ୍ଗସ ଇଲେଭେନ ପଞ୍ଜାବ ବିପକ୍ଷରେ ୨୨୪ ରନ ରେକର୍ଡ ଲକ୍ଷ୍ୟ ହାସିଲ କରିଥିଲା। ରାଜସ୍ଥାନର ବୋଲିଂ ବହୁତ ଶକ୍ତିଶାଳୀ ଥିବା ବେଳେ କେକେଆର ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ। ରାଜସ୍ଥାନ ଏବଂ କଲିକତା ନାଇଟ ରାଇଡର୍ସ ମଧ୍ୟରେ ୨୦ଟି ଆଇପିଏଲ୍‌ ମ୍ୟାଚ ହୋଇସାରିଛି। ରାଜସ୍ଥାନ ୧୦ଟି ଏବଂ କଲିକତା ୮ଟି ମ୍ୟାଚ ଜିତିସାରିଛି।

88

ରାଜସ୍ଥାନ ରୟାଲ୍ସ ସମ୍ଭାବ୍ୟ ଦଳ: ଜୋସ ବଟଲର, ୟଶସଭି ଜୟସଓ୍ଵାଲ, ଷ୍ଟିଭେନ ସ୍ମିଥ, ସଞ୍ଜୁ ସାମସନ, ରବିନ ଉଥପ୍ପା, ରିଆନ ପରାଗ, ରାହୁଲ ଟିଓ୍ଵାଟିଆ, ଟମ୍ କୁରାନ, ଶ୍ରେୟସ ଗୋପାଲ, ଜୋଫରା ଆରଚର, ଜୟଦେବ ଉନାଦକ୍ତ।

କଲିକତା ନାଇଟ ରାଇଡର୍ସ ସମ୍ଭାବ୍ୟ ଦଳ : ସୁନୀଲ ନାରିନେ, ଶୁଭମନ ଗିଲ, ନିତିଶ ରାଣା, ଇଅନ ମୋରଗାନ, ଆଣ୍ଡ୍ରେ ରସେଲ, ଦିନେଶ କାର୍ତ୍ତିକ, ନିଖିଲି ନାଏକ, ପ୍ୟାଟ କ୍ୟୁମିନସ, କୁଲଦୀପ ଯାଦବ, ସନ୍ଦୀପ ଓ୍ଵାରିଅର, ଶିଭମ ମାଭି।

Leave A Reply

Your email address will not be published.