IPL 2021: ପ୍ରଥମ ମ୍ଯାଚରେ ଚେନ୍ନାଇକୁ ଭେଟିବ କୋଲକତା ନାଇଟ ରାଇଡର୍ସ, ରାତିରେ ମୁହାଁମୁହିଁ ହେବେ ବିରାଟ ଓ ରୋହିତ
ଆଜି ଆଇପିଏଲରେ ଖେଳାଯିବ ଦୁଇ ଦୁଇଟି ମ୍ୟାଚ । ପ୍ରଥମେ ଅପରାହ୍ନରେ ଚେନ୍ନାଇକୁ ଭେଟିବ କୋଲକତା ନାଇଟ ରାଇଡର୍ସ । ମାହିଙ୍କୁ ସାମ୍ନା କରିବେ ଇଓନ ମୋର୍ଗାନ । ପଏଣ୍ଟ ଟେବୁଲରେ CSK ଦ୍ୱିତୀୟ ସ୍ଥାନରେ ଥିବାବେଳେ KKR ୪ ନମ୍ବର ସ୍ଥାନରେ ରହିଛି । ଉଭୟ ଦଳ ନିଜ ନିଜର ପ୍ରଥମ ଦୁଇ ମ୍ୟାଚରେ ବିଜୟ ହୋଇଛନ୍ତି । ତେଣୁ ଆଜିର ମ୍ୟାଚ ବେଶ୍ ସଂଘର୍ଷପୂର୍ଣ୍ଣ ହେବ । ହାଟ୍ରିକ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ମାହିଙ୍କ ଟିମ୍ ।
ବିରାଟ କୋହଲିଙ୍କ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପରକୁ ଭେଟିବେ । ଉଭୟ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରି ବିଜୟ ଧାରାକୁ ଫେରିବା ପାଇଁ ଲକ୍ଷ୍ୟ ରଖିଥିବାରୁ ରବିବାର ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ପଏଣ୍ଟ ଟେବୁଲରେ ଆରସିବି ତୃତୀୟ ସ୍ଥାନରେ ଥିବାବେଳେ ମୁମ୍ବାଇ ୬ ନମ୍ବରରେ ରହିଛି।
କୋହଲି ବାହିନୀକୁ ଭେଟିବା ପୂର୍ବରୁ ଦଳକୁ ସବୁ ବିଭାଗରେ ଉନ୍ନତି ଆଣିବାକୁ ପଡ଼ିବ । ଗତ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସକୁ ଚାମ୍ପିଅନ୍ କରାଇଥିବା ମଧ୍ୟକ୍ରମ ବ୍ୟାଟିଂ ବିଭାଗ ଫର୍ମରେ ନଥିବାରୁ ବିଜୟ କଷ୍ଟକର ହେଉଛି । ସୂର୍ଯ୍ୟକୁମାର ଯାଦବ ଓ ଇଶାନ୍ତ କିଷନ ଫର୍ମକୁ ଫେରିବା ଦଳ ପାଇଁ ଅତ୍ୟନ୍ତ ଜରୁରୀ ।