ଆଜି କୋଲକତା ଏବଂ ହାଇଦ୍ରାବାଦ ମଧ୍ୟରେ ହେବ କଡା ଟକ୍କର, ପଏଣ୍ଟ ତାଲିକାକୁ ଫେରିବାକୁ ଉଭୟ ଦଳ କରିବ ଚେଷ୍ଟା

ଆଜି ଆଇପିଏଲ୍‌ ସିଜିନ ୧୩ରେ ଦୁଇଟି ମ୍ୟାଚ ରହିଛି। ପ୍ରଥମ ମ୍ୟାଚ ଅପରାହ୍ନ ୩.୩୦ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ କୋଲକତା ନାଇଟ ରାଇଡର୍ସ ମଧ୍ୟରେ ରହିଥିବା ବେଳେ ଦ୍ୱିତୀୟ ମ୍ୟାଚ ସନ୍ଧ୍ୟ ୭.୩୦ରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ କିଙ୍ଗସ ଇଲେଭେନ ପଞ୍ଜାବ ମଧ୍ୟରେ ରହିଛି।

ଅପରାହ୍ନରେ ଥିବା ମ୍ୟାଚରେ ଉଭୟ ଦଳ ନିଜ ନିଜର ପୂର୍ବ ୨ଟି ଯାକ ମ୍ୟାଚରେ ପରାଜିତ ହୋଇଥିଲେ। ଆବୁଧାବି ଗ୍ରାଉଣ୍ଡରେ ଖେଳାଯାଇଥିବା ପ୍ରଥମ ପର୍ଯ୍ୟାୟ ମ୍ୟାଚରେ ନାଇଟ୍ ରାଇଡର୍ସ ୭ ୱିକେଟରେ ସନରାଇଜର୍ସକୁ ପରାସ୍ତ କରିଥିଲା। ନାଇଟ୍ ରାଇଡର୍ସ ୮ମ୍ୟାଚ୍ରୁ ୪ ବିଜୟ ସହ ମୋଟ ୮ପଏଣ୍ଟ ପାଇ ତାଲିକାର ଚତୁର୍ଥ ସ୍ଥାନରେ ରହିଛି ।

mi kxip

ସମ୍ଭାବ୍ୟ ଏକାଦଶ

ନାଇଟ୍ ରାଇଡର୍ସ: ଶୁବମନ ଗିଲ୍, ରାହୁଲ ତ୍ରିପାଠୀ, ନୀତିଶ ରାଣା, ଇୟନ ମୋର୍ଗାନ (ଅଧିନାୟକ), ଆନ୍ଦ୍ରେ ରସେଲ, ଦିନେଶ କାର୍ତ୍ତିକ, ପ୍ୟାଟ୍ କମିନ୍ସ, କ୍ରିସ୍ ଗ୍ରୀନ୍/ଲୋକି ଫର୍ଗୁସନ, ପ୍ରସିଦ୍ଧ କ୍ରିଷ୍ଣା/କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଶିବମ ମାଭି।

ସନରାଇଜର୍ସ ହାଇଦ୍ରାବାଦ: ଡେଭିଡ୍ ୱାର୍ଣ୍ଣର (ଅଧିନାୟକ), ଜନି ବେୟାରଷ୍ଟୋ, ମନୀଷ ପାଣ୍ଡେ, କେନ୍ ୱିଲାମସନ୍, ପ୍ରିୟମ ଗର୍ଗ, ବିଜୟ ଶଙ୍କର, ରସିଦ ଖାନ୍, ସାହାବାଜ ନଦୀମ, ସନ୍ଦୀପ ଶର୍ମା, ଖଲିଲ୍ ଅହମ୍ମଦ, ଟି. ନଟରାଜନ।

Leave A Reply

Your email address will not be published.