ପଏଣ୍ଟ ତାଲିକାରେ ଉପରକୁ ଉଠିବା ପାଇଁ ଆଜି ପରସ୍ପରକୁ ଟକ୍କର ଦେବେ ଲକ୍ଷ୍ମୌ ସୁପରଜିଆଣ୍ଟସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଆଜିର ଆଇପିଏଲ୍‌ ମ୍ୟାଚରେ ମୁହାଁମୁହିଁ ହେବେ ଲକ୍ଷ୍ମୌ ସୁପରଜିଆଣ୍ଟସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଆଜି ୩୧ତମ ମ୍ୟାଚ ମୁମ୍ବାଇର ଡିଓ୍ଵାଇ ପାଟିଲ ଷ୍ଟାଡିୟମରେ ଖେଳାଯିବ। ଲକ୍ଷ୍ମୌ ଏପର୍ଯ୍ୟନ୍ତ ୬ଟି ମ୍ୟାଚ ଖେଳିସାରିଛି। ଯେଉଁଥିରୁ ଲକ୍ଷ୍ମୌ ୪ଟି ମ୍ୟାଚ ଜିତିଥିବା ବେଳେ ୨ଟି ମ୍ୟାଚ ହାରିଛି। ୮ ପଏଣ୍ଟ ସହିତ ତାଲିକାରେ ଉପରେ ରହିଛି।

ସେହିଭଳି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୬ଟି ମ୍ୟାଚ ଖେଳିଛି। ସେଥିରୁ ୪ଟି ମ୍ୟାଚ ଜିତିଥିବା ବେଳେ ୨ଟି ମ୍ୟାଚ ହାରିଛି। ୮ ପଏଣ୍ଟ ହାସିଲ କରି ପଏଣ୍ଟ ତାଲିକାରେ ୩ନଂ ସ୍ଥାନରେ ରହିଛି। ବାଙ୍ଗାଲୋର ପୂର୍ବ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ହାରିଛି। ତେବେ ଦୁଇଟି ଯାକ ଟିମ୍‌ ଆଜିର ମ୍ୟାଚ ଜିତିବାକୁ ଚେଷ୍ଟା କରିବେ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ଫାଫ ଡୁପ୍ଲେସିସି, ଅନୁଜ ରାଓ୍ଵତ, ବିରାଟ କୋହଲି, ଶାହବାଜ ଅହମ୍ମଦ, ଗ୍ଲେନ ମ୍ୟାକ୍ସେଓ୍ଵଲ, ସୁୟଶ ପ୍ରଭୁଦେଶାଇ, ଦିନେଶ କାର୍ତ୍ତିକ, ବନିନ୍ଦୁ ହସରଙ୍ଗା, ହର୍ସଲ, ମହମ୍ମଦ ସିରାଜ, ଜୋଶ ହେଜଲଉଡ।

ଲକ୍ଷ୍ମୌ ସୁପରଜିଆଣ୍ଟସ : କେଏଲ୍ ରାହୁଲ, କ୍ୱିଣ୍ଟୋନ ଡି କକ୍, ମାର୍କସ ଷ୍ଟୋଇନିସ, ଦୀପକ ହୁଡ୍ଡା, ଆୟୁଷ ବଡୋନୀ, କୁନାଲ ପାଣ୍ଡ୍ୟା, ଜେସନ ହୋଲଡର, କଷ୍ଣାପ୍ପା ଗୌତମ, ଆଣ୍ଡ୍ୟୁ୍ର ଟଏ, ରବି ବିଶ୍ନୋଇ, ଅଭେଶ ଖାନ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.