ଆଇପିଏଲ୍ ୨୦୨୦ : ଆଜି ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଏବଂ କିଙ୍ଗସ ଇଲେଭେନ ପଞ୍ଜାବ

ଆଜି ଆଇପିଏଲର ନବମ ମ୍ୟାଚରେ ପରସ୍ପର ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଏବଂ କିଙ୍ଗସ ଇଲେଭେନ ପଞ୍ଜାବ। ସନ୍ଧ୍ୟା ୭.୩୦ରେ ୟୁଏଇର ଶାରଜାହା କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ପୂର୍ବରୁ ଦୁଇଟି ଯାକ ଟିମ୍ ଗୋଟେ ଗୋଟେ ମ୍ୟାଚ ଜିତିସାରିଛନ୍ତି। ପଞ୍ଜାବ ପୂର୍ବରୁ ବାଙ୍ଗାଲୋର ଠାରୁ ମ୍ୟାଚ ଜିତିଥିବା ବେଳେ ରାଜସ୍ଥାନ ଚେନ୍ନାଇ ଟିମ୍କୁ ମାତ ଦେଇଥିଲା। ତେଣୁ ଏହି ମ୍ୟାଚକୁ ଦୁଇଟି ଯାକ ଟିମ୍ ଜିତିବାକୁ ଚେଷ୍ଟା କରିବ। ପୂର୍ବ ମ୍ୟାଚରେ କେ ଏଲ ରାହୁଲଙ୍କ ଦମଦାର ବ୍ୟାଟିଂ ଯୋଗୁଁ ଚେନ୍ନାଇ ଧରାଶାୟୀ ହୋଇଥିଲା। ଆଜି ମଧ୍ୟ ରାହୁଲ ତାଙ୍କ ଯାଦୁ ଦେଖାଇବେ ବୋଲି ଫ୍ୟାନ ଆଶା ରଖିଛନ୍ତି।
ସମ୍ଭାବ୍ୟ ରାଜସ୍ଥାନ ରୟାଲ୍ସ ଟିମ୍: ଜୋସ ବଟଲର, ୟଶସଭି ଜୟସଓ୍ଵାଲ, ଷ୍ଟିଭେନ ସ୍ମିଥ, ସଞ୍ଜୁ ସାମସନ, ରବିନ ଉଥପ୍ପା, ରିଆନ ପରାଗ, ରାହୁଲ ଟିଓ୍ଵାଟିଆ, ଟମ୍ କୁରାନ, ଶ୍ରେୟସ ଗୋପାଲ, ଜୋଫରା ଆରଚର, ଜୟଦେବ ଉନାଦକ୍ତ।
ସମ୍ଭାବ୍ୟ ପଞ୍ଜାବ ଦଳ : କେଏଲ୍ ରାହୁଲ, କ୍ରିସ ଗେଲ/ନିକୋଲାସ ପୋରାନ, ମାୟଙ୍କ ଅଗ୍ରଓ୍ଵାଲ, କରୁନ ନାୟାର, ଗ୍ଲେନ ମ୍ୟାକ୍ସେଓ୍ଵଲ, ସରଫରାଜ ଖଶନ, ଜିମି ନିସମା, ଶେଲଡନ କୋଟରେଲ, ରବି ବିଷ୍ଣୋଇ, ମହମ୍ମଦ ସାମି, ମୁରୁଗାନ ଅଶ୍ୱିନ।