ଆଜି ପରସ୍ପରକୁ ଭେଟିବେ ଚେନ୍ନାଇ ଏବଂ ହାଇଦ୍ରାବାଦ, ପଏଣ୍ଟ ତାଲିକାରେ ଚେନ୍ନାଇ ଶୀର୍ଷରେ

ଆଜି ଆଇପିଏଲରେ ୪୪ ତମ ଲିଗ୍ ମ୍ଯାଚରେ ଚେନ୍ନାଇକୁ ଭେଟିବ ହାଇଦ୍ରାବାଦ । ପଏଣ୍ଟ ଟେବୁଲରେ ଚେନ୍ନାଇ ଶୀର୍ଷରେ ଥିବାବେଳେ ସନରାଇଜର୍ସ ହାଇଦ୍ରବାଦ ଶେଷରେ ରହିଛି । ସନରାଇଜର୍ସ ମୋଟ ୧୦ ଟି ମ୍ୟାଚରୁ ୮ଟି ପରାଜିତ ହୋଇଛି। ହେଲେ ୧୦ରୁ ୮ଟି ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ପାଇଛି ଚେନ୍ନାଇ ସୁପର କିଙ୍ଗସ୍‌ । ଏହାସହ ଚେନ୍ନାଇ ହାଟ୍ରିକ୍‌ ବିଜୟ ସହ ପ୍ଲେ ଅଫ୍‌ ସ୍ଥାନ ପକ୍କା କରିନେଇଛି।

କିନ୍ତୁ ସେପଟେ ହାଇଦ୍ରାବାଦ ଦଳରୁ ଡେଭିଡ୍‌ ଓ୍ଵାର୍ଣ୍ଣର ବାଦ୍‌ ପଡିବା ପ୍ରଶଂସକଙ୍କୁ ନିରାଶ କରିଛି। ୨୦୧୬ ବିଜେତା ହାଇଦ୍ରାବାଦ ଟିମ୍‌ର ଅଧିନାୟକ ଥିଲେ ଓ୍ଵାର୍ଣ୍ଣର । ପୂର୍ବରୁ ଚେନ୍ନାଇ ଓ ହାଇଦ୍ରାବାଦ ୧୫ ଥର ମୁହାଁମୁହିଁ ହୋଇଛନ୍ତି । ସେଥିରୁ ଚେନ୍ନାଇ ୧୧ଟି ମ୍ୟାଚ୍‌ ଜିତିଥିବାବେଳେ ମାତ୍ର ୪ଟି ମ୍ୟାଚ ଜିତିଛି ହାଇଦ୍ରାବାଦ ।

ସୁପର କିଙ୍ଗ୍‌ସ: ଋତୁରାଜ ଗାଏକୱାଡ୍‌, ଫାଫ ଡୁପ୍ଲେସି, ମୋଇନ୍‌ ଅଲି, ଅମ୍ବାତି ରାୟୁଡୁ, ସୁରେଶ ରାଇନା, ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ରବୀନ୍ଦ୍ର ଜାଡ଼େଜା, ସାମ କୁରାନ, ସର୍ଦୁଲ ଠାକୁର, ଦୀପକ ଚହର, ଜୋସ ହାଜେଲଉଡ୍‌ ।

ସନ୍‌ରାଇଜର୍ସ: ଜାସନ ରୟ, ରିଦ୍ଧିମାନ ଶାହା, କେନ୍‌ ୱିଲିୟମସନ୍‌ (ଅଧିନାୟକ), ପ୍ରିୟମ ଗର୍ଗ, ଅଭିଷେକ ଶର୍ମା, ଜାସନ ହୋଲ୍ଡର, ଅବଦୁଲ ସମଦ, ରସିଦ ଖାନ, ଭୁବନେଶ୍ୱର କୁମାର, ସନ୍ଦିପ ଶର୍ମା, ସିଦ୍ଧାର୍ଥ କୌଲ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.