ଆଜି ଆଇପିଏଲ ମ୍ଯାଚରେ ପରସ୍ପରକୁ ଟକ୍କର ଦେବ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ

ଆଜି ଆଇପିଏଲ ମ୍ଯାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ। ରୋହିତ ଶର୍ମାଙ୍କ ସହ ପଏଣ୍ଟ୍‌ ତାଲିକାର ଶେଷ ସ୍ଥାନରେ ରହିଥିବା ପ୍ଲେ ଅଫ୍ ଦୌଡ଼ରୁ ବାଦ ପଡ଼ିସାରିଥିବା ସନ୍‌ରାଇଜର୍ସ ହାଇଦ୍ରାବାଦକୁ ଭେଟିବ। ପୂର୍ବ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ୮ ୱିକେଟ୍‌ରେ ହରାଇଥିବା ମୁମ୍ବାଇ ସଂପ୍ରତି ୧୩ ମ୍ୟାଚ୍‌ରୁ ୬ ବିଜୟ ସହ ୧୨ ପଏଣ୍ଟ୍‌ ପାଇ ପଞ୍ଚମ ସ୍ଥାନରେ ରହିଛି। ଦୁଇ ଦଳ ପୂର୍ବରୁ ୧୭ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ମୁମ୍ବାଇ ଇଣ୍ଡିଆନ୍ସ ୯ ମ୍ୟାଚ୍ ଜିତିଥିଲା ବେଳେ ସନ୍‌ରାଇଜର୍ସ ୮ଟି ମ୍ୟାଚ୍‌ରେ ବିଜୟୀ ହୋଇଛି।

ସମ୍ଭାବ୍ୟ ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା (ଅଧିନାୟକ), ଈଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା, ସୌରଭ ତିୱାରୀ, କିରଣ ପୋଲାର୍ଡ, ଜେମ୍ସ ନୀସାମ, ନାଥନ କୁଲଟର ନାଇଲ୍, ଜୟନ୍ତ ଯାଦବ, ଯଶପ୍ରୀତ ବୁମ୍‌ରା, ଟ୍ରେଣ୍ଟ ବୋଲ୍ଟ।

ସମ୍ଭାବ୍ୟ ସନ୍‌ରାଇଜର୍ସ ହା‌ଇଦ୍ରାବାଦ: ଜାସନ ରୟ, ଅଭିଷେକ ଶର୍ମା, କେନ୍ ୱିଲିୟମସନ୍ (ଅଧିନାୟକ), ପ୍ରିୟମ ଗର୍ଗ, ଅବଦୁଲ ସମଦ, ଋଦ୍ଧିମାନ ସାହ, ଜାସନ ହୋଲ୍ଡର, ରସିଦ ଖାନ୍, ଭୁବନେଶ୍ବର କୁମାର, ସିଦ୍ଧା‌ର୍ଥ କୌଲ, ଉମ୍ରାନ ମଲ୍ଲିକ।

Leave A Reply

Your email address will not be published.