ଡବଲ ଧମାକା : ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁକୁ ଟକ୍କର ଦେବ ପଞ୍ଜାବ କିଙ୍ଗସ୍‌ ଏବଂ ସନ୍ଧ୍ଯାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ କୋଲକାତା

ଆଜି ଆଇପିଏଲରେ ଡବଲ ମୁକାବିଲା । ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗସ୍‌ ମଧ୍ୟରେ ମ୍ୟାଚ ଖେଳାଯିବ । ଆଜିର ମ୍ୟାଚ ଜିତିଲେ କୋହଲିଙ୍କ ଦଳର ପ୍ଲେ ଅଫ ଖେଳିବା ଆଶା ଉଜ୍ଜ୍ୱଳ ହେବ । ଏବେ ଆରସିବି ୭ ବିଜୟ ସହ ମୋଟ ୧୪ ପଏଣ୍ଟ ପାଇଁ ତାଲିକାର ତୃତୀୟ ସ୍ଥାନରେ ରହିଛି । ଆଜିର ମ୍ଯାଚ ଜିତି ୨ ପଏଣ୍ଟ ହାସଲ କରିବା ଲକ୍ଷ୍ୟରେ ଆରସିବି ।

କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ବିଜୟ ପରେ ପଞ୍ଜାବ ପ୍ଲେ ଅଫ୍‌ ଖେଳିବା ଦୌଡରେ ସାମିଲ ହୋଇଛି । ପଞ୍ଜାବ ଏବେ ୧୦ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି, ତଥାପି ଆରସିବିକୁ ହରାଇ ପାରିଲେ ପ୍ଲେ ଅଫ୍‌ ଖେଳିବା ସମ୍ଭାବନା ବଢ଼ି ଯାଇପାରେ । ନହେଲେ ପ୍ଲେ ଅଫ୍‌ ଆଶା ଛାଡିବାକୁ ପଡିବ ।

ସେହିଭଳି ସନ୍ଧ୍ଯାରେ ମୁହାଁମୁହିଁ ହେବେ ସନ ରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଟ ରାଇଡର୍ସ । ପ୍ଲେ ଅଫ୍‌ ଦୌଡ଼କୁ ଦେଖିଲେ ପଏଣ୍ଟ ତାଲିକାର ସବୁଠୁ ତଳେ ରହିଥିବା ବେଳେ ହାଇଦ୍ରାବାଦ ପାଇଁ ଏତେ ଗୁରୁତ୍ୱ ରହୁନି । କୋଲକାତା ୧୨ଟି ମ୍ୟାଚରୁ ୧୦ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି ।

Leave A Reply

Your email address will not be published.