IPL 2021: ଆଜି ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
ଆଜି ଆଇପିଏଲ୍ର ୩୫ତମ ଲିଗ୍ ମୁକାବିଲାରେ ଚେନ୍ନାଇ ସୁପରକିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବେ । ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇବା ପରେ ସୁପରକିଙ୍ଗ୍ସର ନଜର ଏବେ କୋହଲି ବାହିନୀ ଉପରେ ରହିଛି। ଅପର ପକ୍ଷରେ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ପାଇଁ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ସୁଯୋଗ ରହିଛି ।
ଏପ୍ରିଲ ୨୫ ତାରିଖରେ ଉଭୟ ଦଳ ମଧ୍ୟରେ ପ୍ରଥମ ମୁକାବିଲା ଖେଳାଯାଇଥିଲା । ଏହି ମ୍ୟାଚ୍ରେ ସୁପରକିଙ୍ଗ୍ସ ୬୯ ରନ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସକୁ ପରାସ୍ତ କରିଥିଲା । ରୟାଲ୍ ଚ୍ୟାଲେଞ୍ଜର୍ସ ଏଥର ଶ୍ରେଷ୍ଠ ପ୍ରଦର୍ଶନ କରି ବିଜୟକୁ ଫେରିବା ପାଇଁ ପ୍ରସ୍ତୁତ । ଚମତ୍କାର ବିଜୟ ସହ ଦ୍ୱିତୀୟାର୍ଦ୍ଧ ଆରମ୍ଭ କରିଥିବା ସୁପରକିଙ୍ଗ୍ସ ଶୁକ୍ରବାର ଏକ ସନ୍ତୁଳିତ ଦଳ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ
ରୟାଲ ଚ୍ୟାଲେଞ୍ଜର୍ସ: ବିରାଟ କୋହଲି(ଅଧିନାୟକ), ଦେବଦତ୍ତ ପାଡ଼ିକଲ, କେ ଏସ୍ ଭାରତ, ଗ୍ଲେନ ମ୍ୟାକ୍ସୱେଲ୍, ଏବି ଡି ଭିଲର୍ସ, ସଚିନ ବେବି, କେଲି ଜାମିସନ, ୱାନିଣ୍ଡୁ ହାସାରାଙ୍ଗା, ହର୍ଷଲ ପଟେଲ, ମହମ୍ମଦ ସିରାଜ, ୟୁଝବେନ୍ଦ୍ର ଚହଲ ।
ଚେନ୍ନାଇ ସୁପରକିଙ୍ଗ୍ସ: ଋତୁରାଜ ଗାଏକୱାଡ୍, ମୋଇନ ଅଲି, ସୁରେଶ ରାଇନା, ଅମ୍ବାତି ରାୟୁଡୁ, ଏମଏସ ଧୋନି(ଅଧିନାୟକ), ରବିନ୍ଦ୍ର ଜାଡେଜା, ସାମ କୁରାନ, ଡ୍ୱେନ ବ୍ରାଭୋ, ସର୍ଦୁଲ ଠାକୁର, ଦୀପକ ଚହର, ଜୋସ ହାଜେଲଉଡ୍।