ଆଇପିଏଲ ୨୦୨୧: ଆଜି ମ୍ଯାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ୍‌ ରାଇଡର୍ସ

ଆଜି ଆଇପିଏଲ୍‌ର ୩୧ ତମ ଲିଗ ମ୍ଯାଚରେ ମୁହାଁମୁହିଁ ହେବେ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ୍‌ ରାଇଡର୍ସ । ଏହି ମ୍ୟାଚ୍‌କୁ ଜିତିବା ପାଇଁ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ପ୍ରଥମ ମ୍ୟାଚ୍‌ରେ ପରାଜିତ ହୋଇ ସାରିଥିବାରୁ କୋଲକାତା ନାଇଟ ରାଇଡର୍ସ ପ୍ରତିଶୋଧ ନେବାକୁ ପ୍ରୟାସ କରିବ ।

ଏବର୍ଷ ରୟାଲ୍‌ ଚ୍ୟାଲେଞ୍ଜର୍ସ ପ୍ରଥମ ୪ଟି ମ୍ୟାଚ୍‌ ଜିତିବା ପରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ଦଳ ସିଜନର ସବୁଠୁ ଟାଣୁଆ ଦଳ ରହିଥିଲା। ଇତି ମଧ୍ୟରେ ୭ଟି ମ୍ୟାଚ୍‌ ଖେଳି ରୟାଲ୍‌ ଚ୍ୟାଲେଞ୍ଜର୍ସ ଦଳ ୫ ବିଜୟ ସହ ମୋଟ୍‌ ୧୦ ପଏଣ୍ଟ ହାସଲ କରିସାରିଛି।

ନାଇଟ ରାଇଡର୍ସ: ନିତିଶ ରାଣା, ଶୁଭମନ ଗିଲ, ରାହୁଲ ତ୍ରିପାଠୀ, ଇୟନ ମୋର୍ଗାନ(ଅଧିନାୟକ), ଦିନେଶ କାର୍ତ୍ତିକ, ଆନ୍ଦ୍ରେ ରସେଲ, ସୁନିଲ ନାରାଏନ, ଲୋକି ଫର୍ଗୁସନ, କମଳେଶ ନାଗରକୋଟି, ବରୁଣ ଚକ୍ରବର୍ତ୍ତୀ, ପ୍ରସିଦ୍ଧ କ୍ରିଷ୍ଣା ।

ରୟାଲ ଚ୍ୟାଲେଞ୍ଜର୍ସ: ବିରାଟ କୋହଲି(ଅଧିନାୟନ), ଦେବଦତ୍ତ ପାଡ଼ିକଲ, ରଜତ ପତିଦର, ଗ୍ଲେନ ମ୍ୟାକ୍ସୱେଲ୍‌, ଏବି ଡି ଭିଲର୍ସ, ଶାହବାଜ ଅହମଦ, କେଲି ଜାମିସନ, ୱାନିଣ୍ଡୁ ହାସାରାଙ୍ଗା, ହର୍ଷଲ ପଟେଲ, ମହମ୍ମଦ ସିରାଜ, ୟୁଝବେନ୍ଦ୍ର ଚହଲ ।

Leave A Reply

Your email address will not be published.