ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ: ଟିମକୁ ଫେରିଲେ ନିୟମିତ ଅଧିନାୟକ ରୋହିତ ଶର୍ମା, ସିରିଜ କବଜା ଲକ୍ଷ୍ୟରେ ଟିମ ଇଣ୍ଡିଆ

ବିଶାଖାପାଟଣାରେ ସାଢ଼େ ଗୋଟାଏରେ ଖେଳାଯିବ ମ୍ୟାଚ୍‌।ଏହି ମ୍ୟାଚ୍‌ ଜିତି ଆଗକୁ ସିରିଜ କବଜା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ । ପ୍ରଥମ ମ୍ୟାଚ୍‌କୁ ୫ ଓ୍ଵିକେଟରେ ଜିତିଥିବାରୁ ମନୋବଳ ଦୃଢ଼ ରହିଛି।

ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ । ବିଶାଖାପାଟଣାରେ ସାଢ଼େ ଗୋଟାଏରେ ଏହି ମ୍ୟାଚ୍‌ ଖେଳାଯିବ । ଏହି ମ୍ୟାଚ୍‌ ଜିତି ଆଗକୁ ସିରିଜ କବଜା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ । ପ୍ରଥମ ମ୍ୟାଚ୍‌କୁ ୫ ଓ୍ଵିକେଟରେ ଜିତିଥିବାରୁ ମନୋବଳ ଦୃଢ଼ ରହିଛି । ସେହିପରି ଟିମକୁ ରୋହିତ ଶର୍ମା ଫେରିଥିବାରୁ ଜୋସରେ ରହିଛି ପୂରା ଟିମ୍‌ । ଆଜିର ମ୍ୟାଚ୍‌ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ କରାଯିବ । ରୋହିତ ଖେଳିବେ । ତେଣୁ ପ୍ଲେଇଂ ଇଲେଭେନରୁ କିଏ ବାଦ ପଡିବେ ତାଉପରେ ନଜର ରହିଛି । ଇଶାନ୍‌ କିଷାନ କିମ୍ବା ସୂର୍ଯ୍ୟକୁମାର ଯାଦବଙ୍କ ଭିତରୁ କେହି ଜଣେ ବସି ପାରନ୍ତି ।

ଗତ ମ୍ୟାଚରେ ଖାତା ଖୋଲି ପାରି ନଥିଲେ ସୂର୍ଯ୍ୟକୁମାର । ସେହିପରି ଗତ ୧୦ଟି ଇନିଂସରେ ମାତ୍ର ଚାରି ଥର ଦୁଇ ଅଙ୍କ ସ୍କୋର କରିଛନ୍ତି । ଅନ୍ୟପଟେ ଇଶାନ କିଷାନ୍‌ ବି ଗତ ମ୍ୟାଚରେ ୩ ରନ୍‌ କରିଥିଲେ । କିନ୍ତୁ ସେ ମିଡିଲ ଅର୍ଡରରରେ ଖେଳି ପାରିବେ । କିଛି ମାସ ତଳେ ବାଂଲାଦେଶ ବିପକ୍ଷରେ ସେ ଓ୍ଵାନ ଡେରେ ଦ୍ୱିଶତକ ମାରିଥିଲେ । ଏମାନଙ୍କ ଭିତରୁ ଆଜି କିଏ ଖେଳିବେ ତାଉପରେ ନଜର । ସେହିପରି ବୋଲିଂରେ ସାର୍ଦ୍ଦୁଲ ଠାକୁରଙ୍କ ସ୍ଥାନରେ ଉମ୍ରାନ୍‌ ମଲ୍ଲିକଙ୍କୁ ସୁଯୋଗ ମିଳିପାରେ । ତିନି ଟିକିଆ ସିରିଜରେ ଏବେ ୧-୦ରେ ଆଗୁଆ ରହିଛି ଟିମ୍‌ ଇଣ୍ଡିଆ । ସେପଟେ ପରାଜୟ ଧାରାରେ ବ୍ରେକ ଲଗାଇବାକୁ ରଣନୀତି ସହ ମୈଦାନକୁ ଓହ୍ଲାଇବ କଙ୍ଗାରୁ ବାହିନୀ । ତେବେ ବିଶାଖାପାଟଣାରେ ବର୍ଷା ମ୍ୟାଚରେ ବାଧକ ସାଜିପାରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.