କ୍ରୀଡା

ମାତ୍ର୧୬ ବର୍ଷ ବୟସରେ ଅବ୍ଦୁଲ କାଦିରଙ୍କ ବୋଲିଂରେ ଧୂଆଁଦାର ବ୍ୟାଟିଂ କରି ସମସ୍ତଙ୍କ ହୃଦୟରେ ରାଜ୍‌ କଲେ ସଚିନ

କ୍ରିକେଟ ଦୁନିଆର ଭଗବାନଙ୍କ ଜନ୍ମଦିନ ଆଜି। ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିବା କମ୍‌ ଉଚ୍ଚତା ଥିବା ଏହି ଖେଳାଳି ନିଜ କ୍ୟାରିଅରରେ ଏତେ ବଡ ବଡ ରେକର୍ଡ କରିଛନ୍ତି ଯେ, ଯାହା ବିଷୟରେ କେହି ଭାବିବା ମଧ୍ୟ ସ୍ୱପ୍ନ। କ୍ରିକେଟ୍ ଦୁନିଆରେ ୨୪ ବର୍ଷ ପର୍ଯ୍ୟନ୍ତ ନିଜ ପତିଆରା ବିସ୍ତାର କରିଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଆଜି ଜନ୍ମ ଦିନ । ୪୯ ବର୍ଷ ବୟସରେ ପାଦ ଦେଇଛନ୍ତି ସଚିନ୍ ।

ମାତ୍ର ୧୬ ବର୍ଷ ବୟସରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ପାଦ ରଖିଥିବା ସେହି ଛୋଟ ସଚିନ୍ ୪୦ ବର୍ଷର ହେବା ପରେ ହିଁ ନିଜ ବ୍ୟାଟକୁ ଦେଇଥିଲେ ଆରାମ୍ । କେବେ ଥକି ନଥିବା ଏହି ଯାତ୍ରା ସମୟରେ ସଚିନ୍ ଏତେ ଇତିହାସ ରଚିଯାଇଛନ୍ତି ଯେ ତାଙ୍କୁ ‘କ୍ରିକେଟର ଭଗବାନ୍’ ବୋଲି କୁହାଯାଏ ।

ମୁମ୍ବାଇର ବାନ୍ଦ୍ରାରେ ଥିବା ସାହିତ୍ୟ ସହବାସ କଲୋନୀରେ ସଚିନଙ୍କ ପିଲାଦିନ ବିତିଛି। ଛୋଟବେଳରୁ କ୍ରିକେଟ ପ୍ରତି ସଉକ ରଖୁଥିଲେ ଏବଂ ବହୁତ ଦୁଷ୍ଟ ଥିଲେ ସଚିନ। ସଚିନ ବିନୋଦ କାମ୍ବଲିଙ୍କ ସହିତ ସ୍କୁଲ କ୍ରିକେଟରେ ହିଁ ଓ୍ଵାଲର୍ଡ ରେକର୍ଡ କରିଥିଲେ। ଦୁହେଁ ଶାରତାଶ୍ରମ ସ୍କୁଲ ପାଇଁ ଖେଳି ତୃତୀୟ ଓ୍ଵିକେଟର ୬୬୪ ରନ୍‌ କରିଥିଲେ।

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୬୬୪ଟି ଅର୍ନ୍ତରାଷ୍ଟ୍ରୀୟ ମ୍ୟାଚ ମଧ୍ୟରେ ୩୪,୩୫୭ ରନ କରିଥିଲେ। ଏହି ସମୟରେ ସଚିନ ୧୦୦ଟି ଶତକ ଏବଂ ୧୬୪ ଅର୍ଦ୍ଧଶତକ କରିଥିଲେ। ଏହାସହିତ ନିଜ ନାମରେ ୨୦୧ରେ ଓ୍ଵିକେଟ ମଧ୍ୟ ହାସଲ କରିଛନ୍ତି।

୨୪ ଏପ୍ରିଲ୍ ୧୯୭୩ ଦିନ ପ୍ରାୟ ୧ଟା ବେଳକୁ ମୁମ୍ବାଇର ଶିବାଜୀ ପାର୍କ ରାଣାଡେ ରୋଡ ସ୍ଥିତ ନିର୍ମଳା ନର୍ସିଂ ହୋମରେ ସଚିନଙ୍କ ଜନ୍ମ ହୋଇଥିଲା । ସେହି ସମୟରେ ତାଙ୍କ ଓଜନ ମାତ୍ର ୨.୮୫ କିଲୋଗ୍ରାମ୍ ଥିଲା । କିନ୍ତୁ ଆଗକୁ ଯାଇ ସେହି ଶିଶୁ କ୍ରିକେଟର ବନିଗଲା ଯୁଗପୁରଷ । ଗତବର୍ଷ ସଚିନ କରୋନା ଓ୍ଵାରିୟର୍ସଙ୍କ ସମ୍ମାନ ପାଇଁ ନିଜର ଜନ୍ମଦିନ ପାଳନ କରିନଥିଲେ। ନିଜରେ ସଚିନ କରୋନା ସଂକ୍ରମିତ ହୋଇ ହସପିଟାଲରେ ଆଡମିଟ୍ ହୋଇଥିଲେ।

ସଚିନ୍ ୨୪ ନଭେମ୍ବର ୧୯୮୯ରେ ମାତ୍ର ୧୬ ବର୍ଷ ବୟସରେ ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ହାଫ୍ ସେଞ୍ଚୁରୀ (୫୯) ରନ୍ କରିଥିଲେ । ପାକିସ୍ତାନ୍ ବିପକ୍ଷରେ ନିଜର ପ୍ରଥମ ପାଳିରେ ହିଁ ସବୁଠାରୁ କମ୍ ବୟସରେ ଏହି କାରନାମା କରିଦେଖାଇଥିଲେ ସଚିନ୍ । ୨୪ ଫେବ୍ରୁଆରୀ ୨୦୧୦ରେ ଗ୍ୱାଲିୟରର କ୍ୟାପଟେନ୍ ରୁପ୍ ସିଂହ ଷ୍ଟାଡିୟମରେ ଏକ ଐତିହାସିକ ଇନିଂସ୍ ଖେଳିଥିଲେ । ଯାହା ବିଷୟରେ କେହି ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ । ଦକ୍ଷିଣ ଆଫ୍ରିକା ବିରୋଧରେ ସଚିନ୍ ୨୦୦ରନର ଏକ ଦମଦାର ଇନିଂସ୍ ଖେଳି ୱାନ୍ ଡେ କ୍ରିକେଟର ୩୯ ବର୍ଷର ଇତିହାସରେ ପ୍ରଥମ ଡବଲ୍ ସେଞ୍ଚୁରୀ ଲଗାଇଥିଲେ ।

ମାତ୍ର ୧୭ ବର୍ଷ ବୟସରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ଶତକ କରିଥିଲେ ସଚିନ। ସେ ଏହି ମ୍ୟାଚରେ ଦ୍ୱିତୀୟ ପାଳିରେ ୧୧୯ ରନ୍‌ କରିଥିଲେ। ପ୍ରଥମ ପାଳିରେ ୬୮ ରନ୍‌ କରିଥିଲେ। ଦିନିକିଆ ମ୍ୟାଚରେ ୧୯୯୪ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଶତକ ମାରିଥିଲେ।

ସଚିନ୍ ୨୪ ମେ ୧୯୯୫ ରେ ଅଞ୍ଜଳୀଙ୍କୁ ବିବାହ କରିଥିଲେ ସଚିନ୍ । ତେବେ ଅଞ୍ଜଳୀଙ୍କଠାରୁ ୬ ବର୍ଷ ସାନ ସଚିନ୍ । ଉଭୟଙ୍କ ନିର୍ବନ୍ଧ ୧୯୯୪ରେ ନ୍ୟୁଜିଲାଣ୍ଡରେ ହୋଇଥିଲା । ୨୪ ସେପ୍ଟେମ୍ବର ୧୯୯୯ରେ ସଚିନଙ୍କ ପୁଅ ଅର୍ଜୁନ୍ ତେନ୍ଦୁଲକରଙ୍କ ଜନ୍ମ ହୋଇଥିଲା । ଏବେ ଅର୍ଜୁନ ଆଇପିଏଲ ଖେଳିବାରେ ବ୍ୟସ୍ତ ରହିଛନ୍ତି।

Swagatika

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

6 hours ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

8 hours ago

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…

9 hours ago

ପୋଲିସ ଉପରେ ଆକ୍ରମଣ ; ୩୮ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୟୂରଭଞ୍ଜ (କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…

9 hours ago

ବିସ୍ଫୋରଣ ଦେଇଗଲା ଦୁଃଖ, ପରିବାର ଚଳିବ କେମିତି ?

ଭାବ ଭକ୍ତିରେ ବନ୍ଧା ହେ ମହାବାହୁ …ତୁମ ଚନ୍ଦନ ଯାତ୍ରାରେ ଏଭଳି ଅଘଟଣ ଘଟିବ …ସେ ପୁଣି ତୁମେ ପ୍ରଭୁ…

9 hours ago

ଲୁହା ପାଇପ ଚୋରା ଚାଲାଣ ମାମଲାରେ ଟୁଙ୍ଗୁରୁ ଭୋଳ ସମେତ ୧୧ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍‌): ପୁଣି ଚର୍ଚ୍ଚାକୁ ଆସିଲେ ଅଟୋ ଚାଳକ ଟୁଙ୍ଗୁରୁ ଭୋଳ । ପୂର୍ବରୁ ପରକୀୟା ପ୍ରୀତି ଅଭିଯୋଗରେ ଚର୍ଚ୍ଚାରେ ରହିଥିବା…

11 hours ago