ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦, ରୋହିତଙ୍କ ଫୋକସରେ ମିଡିଲ ଅର୍ଡର

କେନ୍ୟୁଜ୍(ବ୍ୟୁରୋ):   ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ । ଲକ୍ଷ୍ନୋରେ ଖେଳାଯିବ ପ୍ରଥମ ଟି-୨୦ । ଉଭୟ ଦଳ ଏହି ମ୍ୟାଚ ପାଇଁ ଜୋରଦାର ପ୍ରସ୍ତୁତି କରିଛନ୍ତି । ମ୍ୟାଚର ଦିନକ ପୂର୍ବରୁ ଇନ ଫର୍ମ ବ୍ୟାଟର ସୂର୍ଯ୍ୟ କୁମାର ଯାଦବ ସମ୍ପୂର୍ଣ୍ଣ ସିରିଜରୁ ବାଦ ପଡ଼ିଛନ୍ତି । ବିରାଟ କୋହଲି ଓ ଋଷଭ ପନ୍ତଙ୍କୁ ବିଶ୍ରାମ ଦିଆଯାଇଛି । ରୋହିତଙ୍କ ସହ ଋତୁରାଜ ଗାଏକଓ୍ଵାଡ ଓପନ କରିପାରନ୍ତି ।

ଭାରତର ମିଡିଲ ଅର୍ଡରରେ ପରୀକ୍ଷାର ନିରୀକ୍ଷା କରିପାରନ୍ତି ରୋହିତ ଶର୍ମା । ସୂର୍ଯ୍ୟକୁମାରଙ୍କ ସ୍ଥାନରେ ଦୀପକ ହୁଡାଙ୍କୁ ଚାନ୍ସ ମିଳିପାରେ । ଭେଙ୍କଟେଶ ଆୟର ଷଷ୍ଠ ସ୍ଥାନ ପକ୍କା କରିଛନ୍ତି । ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର ଓ ହର୍ଷଲ ପଟେଲ ପେସ୍‌ ବିଭାଗ ସମ୍ଭାଳିବେ । ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଦଳକୁ ଫେରିଥିବାରୁ ଯୁଝବେନ୍ଦ୍ର ଚହଲ ଓ ରବି ବିଷ୍ଣୋଇଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିବ ।

Leave A Reply

Your email address will not be published.