ଆଜି ଭାରତ-ୱେଷ୍ଟଇଣ୍ଡିଜ ଶେଷ ଦିନିକିଆ: ସିରିଜ୍ ମୂଳପୋଛ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

କେନ୍ୟୁଜ୍: ସିରିଜ୍ ମୂଳପୋଛ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ। ଆଜି ଭାରତ-ୱେଷ୍ଟଇଣ୍ଡିଜ ଶେଷ ଦିନିକିଆ। ସିରିଜ୍ ମୂଳପୋଛ କରିବା ଲକ୍ଷ୍ୟରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ ୩ୟ ତଥା ଶେଷ ଦିନିକିଆ ମ୍ୟାଚ୍। ଜିତିଲେ ସିରିଜ ପୋଛିବ ଟିମ ଇଣ୍ଡିଆ। ପ୍ରଥମ ମ୍ୟାଚ୍ରେ ଭାରତ ରନ୍ରେ ମ୍ୟାଚ୍ ଜିତିଥିଲା।
ସେହିପରି ଦ୍ୱିତୀୟ ଦିନିକିଆରେ ମଧ୍ୟ ଶିଖର ଧୱନଙ୍କ ବାହିନୀ ଘରୋଇ ଦଳକୁ ୨ ୱିକେଟରେ ପରାସ୍ତ କରିଥିଲା। ତେଣୁ ଭାରତୀୟ ଟିମ୍ ଆଜିର ମ୍ୟାଚ୍କୁ ଜିତି ଶୃଙ୍ଖଳାକୁ ୩-୦ରେ ନିଜ ନାଁରେ କରିବାକୁ ଚାହିଁବ। ସେପଟେ ସମ୍ମାନ ବଜାୟ ରଖିବାକୁ ମଇଦାନକୁ ଓହ୍ଲାଇବ ଘରୋଇ ଟିମ୍।