କେପ୍ଟାଉନ ଟେଷ୍ଟର ଆଜି ଦ୍ୱିତୀୟ ଦିନ, ପ୍ରଥମ ଇଂନିସରେ ୨୨୩ ରନ୍ରେ ଅଲଆଉଟ୍ ହୋଇଛି ଟିମ ଇଣ୍ଡିଆ

କେନ୍ଯୁଜ୍: କେପ୍ଟାଉନ ଟେଷ୍ଟର ଆଜି ଦ୍ୱିତୀୟ ଦିନ । ଗତକାଲିର ଅସମାପ୍ତ ୧୭ ରନ୍ରୁ ଖେଳଆରମ୍ଭ କରିବ ଦକ୍ଷିଣ ଆଫ୍ରିକା । ଦଳ ଏକ ଓ୍ଵିକେଟ ହରାଇଛି । ୩ ରନ କରି ବୁମରାଙ୍କ ଶୀକାର ହୋଇଛନ୍ତି ଓପନର ବ୍ୟାଟ୍ସମ୍ୟାନ ଏଲଗାର । ପୂର୍ବରୁ ପ୍ରଥମ ଇଂନିସରେ ୨୨୩ ରନ୍ରେ ଅଲଆଉଟ୍ ହୋଇଛି ଟିମ ଇଣ୍ଡିଆ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଟିମ ଇଣ୍ଡିଆ ।
ଅଧିନାୟକ ବିରାଟ କୋହଲୀଙ୍କ ସର୍ବାଧିକ ୭୯ ରନ୍ ଓ ଚେତେଶ୍ୱର ପୂଜାରାଙ୍କ ୪୩ ରନ୍ ବଳରେ ସମ୍ମାନଜନକ ସ୍କୋର କରିପାରିଥିଲା ଭାରତ । ଦଳକୁ ଭଲ ଷ୍ଟାର୍ଟ ଦେବାରେ ବିଫଳ ହୋଇଥିଲେ ଦୁଇ ଓପ୍ନର ଲୋକେଶ ରାହୁ ଓ ମୟଙ୍କ ଅଗ୍ରଓ୍ଵାଲ । ପରେ ଚେତେଶ୍ୱର ପୂଜାରା ଆଟାକିଂ ଆଭିମୁଖ୍ୟ ଆପଣାଇଥିଲେ । କୋହଲିଙ୍କ ସହ ମିଶି ତୃତୀୟ ୱିକେଟ୍ ପାଇଁ ୬୨ ରନର ଭାଗିଦାରୀ କରିଥିଲେ ।
ଦକ୍ଷିଣ ଆଫ୍ରିକା ପକ୍ଷରୁ ରବାଡା ୪ ଓ ଜାନସେନ୍ ୩ଟି ୱିକେଟ୍ ନେଇଥିଲେ । ଓଲିଭିଅର୍, ଲୁଙ୍ଗି ଏନଗିଡି ଓ କେଶବ ମହାରାଜ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ । କେପ୍ଟାଉନ୍ ଟେଷ୍ଟର ଫଳାଫଳ ହିଁ ସିରିଜର ବିଜେତା ନିର୍ଦ୍ଧାରଣ କରିବ । ମ୍ୟାଚ ଡ୍ର ରହିଲେ ସିରିଜ ଅମିମାଂସିତ ରହିବ । ସିରିଜର ପ୍ରଥମ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୧୩ ରନରେ ପରାସ୍ତ କରିଥିବା ବେଳେ ୨ୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭାରତକୁ ୭ ଓ୍ଵିକେଟରେ ହରାଇଥିଲା । ଏବେ ସିରିଜ ୧-୧ରେ ବରାବର ରହିଛି ।