ସିନିୟର ରଗ୍‌ବୀ ଚାମ୍ପିୟନସିପ୍‌: ଆଜି ଚାଲିଛି ପ୍ରି-କ୍ୱାଟର୍‌ ମ୍ୟାଚ୍, ଆସନ୍ତାକାଲି ଫାଇନାଲ୍

ଭୁବନେଶ୍ବର(କେନ୍ଯୁଜ୍): କିଟ୍‌ ରଗବୀ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଜାତୀୟ ବରିଷ୍ଠ ରଗ୍‌ବୀ ଚାମ୍ପିୟନସିପ୍‌ର ଆଜି ଦ୍ୱିତୀୟ ଦିନ । ଆସନ୍ତାକଲି ସମସ୍ତ ଫାଇନାଲ ମ୍ୟାଚ ଖେଳାଯିବ । ଗତକାଲି ୫୦ଟି ମ୍ୟାଚ ଖେଳାଯାଇଥିଲା । ଆଜି ପ୍ରି-କ୍ୱାଟର୍‌ ମ୍ୟାଚ ଖେଳାଯାଉଛି । ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ଦଳ କାଲି ଭଲ ପ୍ରଦର୍ଶନ କରି ପ୍ରି-କ୍ଵାଟର୍‌ ଫାଇନାଲରେ ପହଞ୍ଚିଛନ୍ତି । ଆସନ୍ତାକାଲି ଏହାର ଉଦ୍‌ଯାପନୀ ଦିବସ ।

ଏହି ଚାମ୍ପିୟନସିପରେ ୨୭ ରାଜ୍ୟ ଓ ଭାରତୀୟ ରଗବୀ ଫୁଟବଲ ଯୁନିଅନ ସ୍ୱୀକୃତିପ୍ରାପ୍ତ ସଂସ୍ଥା ଅଂଶଗ୍ରହଣ କରିଛନ୍ତି । ଏହି ପ୍ରତିଯୋଗିତାରୁ ୨୦୨୨ ଏସୀୟ ରଗବୀ ପାଇଁ ଭାରତୀୟ ପୁରୁଷ ଓ ମହିଳା ଦଳ ବଛା ହେବ। ମୋଟ ୨୭ଟି ପୁରୁଷ ଓ ୨୫ଟି ମହିଳା ରଗବୀ ଦଳ ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି ।

୩ ଦିନ ଧରି ଚାଲିଥିବା ଏହି ଚାମ୍ପିଅନସିପରେ ଯୋଗ ଦେଇଥିବା ଖେଳାଳିଙ୍କ ପାଇଁ କିଟ ପରିସରରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଓଡିଶା ସରକାର ଓ ଭାରତ ସରକାରଙ୍କ ମିଳିତ ଉଦ୍ୟମରେ ଏହି ଚାମ୍ପିୟନସିପ ଅନୁଷ୍ଠିତ ହୋଇଛି । ରଗବୀ ଇଣ୍ଡିଆ ଓ ଓଡିଶା ରଗବୀ ଆସୋସିଏସନ ମଧ୍ୟ ଏଥିରେ ପୂର୍ଣ ସହଯୋଗ କରିଛନ୍ତି।

ଚାମ୍ପିୟନ କିଟକୁ ସର୍ବଭାରତୀୟ ଯୋଗ୍ୟତା:

ଚାମ୍ପିୟନ କିଟକୁ ସର୍ବଭାରତୀୟ ଯୋଗ୍ୟତା । ଛତିଶଗଡ଼ ରାୟପୁରସ୍ଥିତ ପଣ୍ଡିତ ରବିଶଙ୍କର ଶୁକ୍ଳା ବିଶ୍ୱବିଦ୍ୟାଳୟ ପରିସରରେ ପୂର୍ବାଞ୍ଚଳ ଆନ୍ତଃବିଶ୍ୱବିଦ୍ୟାଳୟ ପୁରୁଷ ଟେନିସ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦଯାପିତ ହୋଇଛି । ଏହାସହ କିଟ ବିଶ୍ୱବିଦ୍ୟାଳୟ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସ ଏବ ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଟେନିସ ଚାମ୍ପିୟନସିପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛି ।

ଚାମ୍ପିୟନ ଦଳରେ କବିର ହନ୍ସ, ଜଷ୍ଟିନ କଶୁଇ ଗୁଆଙ୍ଗ ଓ ଆଶିଷ କୁମାର ପରିଡ଼ା ଖେଳାଳି ଏବଂ ଜୟେଶ ମଙ୍ଗେଲା କୋଚ୍‌ ଥିଲେ । ପୂର୍ବାଞ୍ଚଳ ପ୍ରତିଯୋଗିତାରେ ମୋ ୪ଟି ଦଳ ଭାଗ ନେଇଥିଲେ । ଲିଗ୍‌ ପର୍ଯ୍ୟାୟରେ କିଟ୍‌ ଅ୍ୟ ୩ଟି ଯାକ ପ୍ରତିଯୋଗିତାରେ କିଟ୍‌ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବାରଣାସୀର ମହାତ୍ମା ଗାନ୍ଧି କାଶୀ ବିଦ୍ୟାପୀଠ ଦ୍ୱିତୀୟରେ ରହିଛି । ଆକର୍ଷଣୀୟ ପ୍ରଦର୍ଶନ କରି ଚାମ୍ପିୟନ ହୋଇଥିବା ଦଳର ଖେଳାଳି ଓ କୋଚ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ।

Leave A Reply

Your email address will not be published.