ଭାରତ-ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ ଫାଇନାଲ୍‌ର ଆଜି ଦ୍ୱିତୀୟ ଦିନ

ଇଂଲଣ୍ଡର ଓଭାଲ୍‌ରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ ଫାଇନାଲ୍‌ର ଆଜି ହେଉଛି ଦ୍ୱିତୀୟ ଦିନ । ଗତକାଲି ପ୍ରଥମ ଦିନରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ ଆରମ୍ଭ କରି ୩ ୱିକେଟ୍‌ରେ ୩୨୭ ରନ୍‌ କରିଥିଲା । କଙ୍ଗାରୁ ଟିମ୍‌ ନିଜ ସ୍ଥିତି ଦୃଢ଼ କରିଥିବା ବେଳେ ଭାରତ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । କାରଣ ଏକ ସମୟରେ ଅଷ୍ଟ୍ରେଲିଆ ୩ ୱିକେଟ୍‌ ହରାଇ ୭୬ ରନ୍‌ କରିଥିଲା ।

ତେବେ ଏହାପରେ ଭାରତୀୟ ବୋଲର ପ୍ରାରମ୍ଭିକ ସଫଳତାରୁ ଆଉ ଫାଇଦା ନେଇ ପାରିନଥିଲେ । ତେଣୁ ବଡ଼ ସ୍କୋର ଆଡ଼କୁ ଆଗେଇ ଚାଲିଛି ଅଷ୍ଟ୍ରେଲିଆ ଦଳ । ଟ୍ରାଭିସ୍‌ ହେଡ୍‌ ବିସ୍ଫୋରକ ବ୍ୟାଟିଂ କରି ୧୫୬ ବଲ୍‌ରେ ୧୪୬ ରନ୍‌ କରି ଅପରାଜିତ ଅଛନ୍ତି । ଏଥିରେ ସେ ମାରିଛନ୍ତି ୨୨ଟି ଚୌକା ଓ ଗୋଟିଏ ଛକା । ତାଙ୍କ ସହ ୯୫ ରନ୍‌ କରି ଅପରାଜିତ ରହିଛନ୍ତି ଷ୍ଟିଭେନ୍‌ ସ୍ମିଥ୍‌ ।

ତେବେ ବୋଲର୍‌ ଚୟନକୁ ନେଇ ଏବେ ଟିମ୍‌ ଇଣ୍ଡିଆକୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ପ୍ରଶ୍ନ ଉଠାଇଛନ୍ତି କାହିଁକି ସ୍ପିନର ରବିଚନ୍ଦ୍ର ଅଶ୍ୱିନ୍‌ଙ୍କୁ ଭାରତ ଦଳରେ ସାମିଲ କଲା ନାହିଁ ? ତାଙ୍କ ଭଳି ଜଣେ ଶ୍ରେଷ୍ଠ ବୋଲରଙ୍କୁ ଦଳରେ ନିଆନଯିବା ଏକ ଭୁଲ ନିଷ୍ପତ୍ତି ବୋଲି ଭାଗାସ୍କର କହିଛନ୍ତି । ତେବେ ବୋଲିଂ କୋଚ୍‌ ପାରସ ମାମ୍ବ୍ରେ କହିଛନ୍ତି କି ଓଭାଲ୍‌ ର ପିଚ୍‌କୁ ଦେଖି ଅଶ୍ୱିନ୍‌ଙ୍କୁ ଦଳରୁ ବାଦ୍‌ ଦିଆଯାଇଛି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.