IND ବନାମ IRE: ଆଜିର ମ୍ୟାଚ୍‌ ଜିତି ସିରିଜ୍‌ କବ୍‌ଜା କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ

ଆଜି ଆୟର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ T20 ମ୍ୟାଚ୍‌ । ଆଜିର ମ୍ୟାଚ୍‌ ଜିତି ସିରିଜ୍‌ କବ୍‌ଜା କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ ।ପ୍ରଥମ ଥର ପାଇଁ ଟିମ୍‌ ଇଣ୍ଡିଆର କମାଣ ସମ୍ଭାଳିଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବିଜୟରୁ ନିଜର କ୍ୟାପ୍ଟେନ୍ସି କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଆୟର୍ଲ୍ୟାଣ୍ଡ ବିପକ୍ଷ ପ୍ରଥମ T20କୁ ୭ ୱିକେଟରେ ଜିତିଥିଲା ।

ଦଳ ପକ୍ଷରୁ ଓପନର ଦୀପକ ହୁଡ୍ଡା ସର୍ବାଧିକ ୪୭ ରନ କରି ଅପରାଜିତ ଥିଲେ । ଇଶାନ କିଷାନ ୨୬ ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୨୪ ରନ କରିଥିଲେ । ଦୁଇ ମ୍ୟାଚ୍‌ ବିଶିଷ୍ଟ T20 ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି ।

Leave A Reply

Your email address will not be published.