ଆଜି କୋଲକାତାକୁ ଭେଟିବ ପଞ୍ଜାବ କିଙ୍ଗସ୍‌, ଦୁଇ ଟିମ୍‌ ପାଇଁ କର ବା ମର ସ୍ଥିତି

ଆଜି ଦୁବାଇରେ କୋଲକାତା ଓ ପଞ୍ଜାବ କିଙ୍ଗସ୍‌ ମଧ୍ୟରେ ହେବ ଜୋରଦାର ଲଢ଼େଇ। ଦୁଇ ଟିମ୍‌ଙ୍କ ପାଇଁ କର ବା ମର ମୁକାବିଲା। ସଂଘର୍ଷରତ କୋଲକାତା ନାଇଟ୍‌ ରାଇଡର୍ସ ଆଜି ଦୁବାଇରେ ଟଳମଳ ହେଉଥିବା ପଞ୍ଜାବ କିଙ୍ଗସ୍‌କୁ ଭେଟିବ। ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ।

୧୧ଟି ମ୍ୟାଚ୍‌ରୁ ୧୦ ପଏଣ୍ଟ ପାଇ ଟେବୁଲର ପଞ୍ଚମ ସ୍ଥାନରେ ଥିବା କେକେଆର ଏହି ମ୍ୟାଚ୍‌ ଜିତିଲେ ପ୍ଲେଅଫର ନିକଟତର ହେବ। ସେହିପରି ୧୧ ମ୍ୟାଚରୁ ୮ ପଏଣ୍ଟ ପାଇ ଟେବୁଲର ସପ୍ତମ ସ୍ଥାନରେ ଥିବା ପଞ୍ଜାବ ଦଳ ଏହି ମ୍ୟାଚ ଜିତିଲେ ପ୍ଲେ ଅଫ ଆଶା ଉଜ୍ଜୀବିତ ହେବ। ଆଉ ହାରିଲେ ମଉଳିବ ପଞ୍ଜାବ ତଥା ଲୋକେଶ ରାହୁଲଙ୍କ ପ୍ଲେ ଅଫ୍‌ ଖେଳିବା ଆଶା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.