ଆଜି ଆଇପିଏଲ ମ୍ୟାଚରେ ମୁହାଁମୁହିଁ ଫାପ୍‌ ଡୁପ୍ଲେସିସ ଏବଂ ଶ୍ରେୟସ ଆୟର

ଆଜି ଆଇପିଏଲ୍‌ ମ୍ୟାଚରେ ମୁହାଁମୁହିଁ ହେବେ କୋଲକତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଫାଫ୍‌ ଡୁପ୍ଲେସିସ୍‌ଙ୍କ ଟିମ୍‌ ଗତ ମ୍ୟାଚରେ ୨୦୫ ରନ୍‌ କରିଥିବା ସତ୍ତ୍ୱେ ହାରି ଯାଇଥିଲା। ଦୁଇଟି ଯାକ ଟିମ୍‌ର ପ୍ରଦର୍ଶନ ପୂର୍ବ ମ୍ୟାଚରେ ଭଲ ରହିଥିଲା। ଏମିତିରେ ଏହି ମ୍ୟାଚ ରୋମାଞ୍ଚକ ହୋଇପାରେ। ଦୁଇଟି ଯାକ ଟିମ୍‌ରେ ଅନେକ ଯୁବ ଏବଂ ଅନୁଭବୀ ଖେଳାଳି ରହିଛନ୍ତି। ଯେଉଁମାନେ ମ୍ୟାଚକୁ କ୍ଷଣରେ ଏପଟ ସେପଟ କରିପାରିବାରେ ସକ୍ଷମ।

ତେବେ ଦୁଇଟି ଯାକ ଟିମ୍‌ ଆଜି କେଉଁ କମାଲ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା। ମ୍ୟାଚ ସନ୍ଧ୍ୟା ୭.୩୦ ମିନିଟରେ ଆରମ୍ଭ ହେବ। ନଭି ମୁମ୍ବାଇର ଡିଓ୍ଵାଇ ପାଟିଲ ସ୍ପୋଟର୍ସ ଏକାଡେମୀରେ ଏହି ମ୍ୟାଚ ଖେଳାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.