ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲି ଆଜି ବିସିସିଆଇର ୩୯ ତମ ଅଧ୍ୟକ୍ଷ ହେଲେ । ଏହା ସହ ଦୀର୍ଘ ୩୩ ମାସ ଧରି ସୁପ୍ରିମ କୋର୍ଟ ତରଫରୁ ପ୍ରଶାସକ ମାନଙ୍କୁ ନେଇ ଗଠିତ ହୋଇଥିବା ସମିତିର କାର୍ଯ୍ୟକାଳ ମଧ୍ୟ ସମାପ୍ତ ହେବ । ପୂର୍ବରୁ ଗାଙ୍ଗୁଲିଙ୍କର ବିସିସିଆଇ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ସର୍ବସମ୍ମତି କ୍ରମେ ହିଁ ହୋଇଥିଲା । ଏହି ଭାର ସମ୍ଭାଳିବାରେ ଗାଙ୍ଗୁଲି ହେଉଛନ୍ତି ଦ୍ଵିତୀୟ କ୍ରିକେଟର । ତାଙ୍କ ଛଡା ଅନ୍ୟ ପଦାଧିକାରୀ ମାନେ ମଧ୍ୟ ଦାୟିତ୍ୱ ନେଲେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହ ବିସିସିଆଇ ସଚିବ ଦାୟିତ୍ୱ ସମ୍ଭାଳିବା ସହ ଉତ୍ତରାଖଣ୍ଡର ମହିମ ବର୍ମା ଉପାଧ୍ୟକ୍ଷ, ବିସିସିଆଇର ପୂର୍ବ ଅଧ୍ୟକ୍ଷ ଅନୁରାଗ ଠାକୁରଙ୍କ ଛୋଟ ଭାଇ ଅରୁଣ ଧୁମଲ କୋଷାଧ୍ୟକ୍ଷର ଦାୟିତ୍ୱ ନେବେ ।
ଏହା ସହ ପଢନ୍ତୁ: ବିରାଟ ଶ୍ରେଷ୍ଠ ଅଧିନାୟକ, ରୋହିତ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍; ନଜର ପକାନ୍ତୁ ରେକର୍ଡ଼ ଉପରେ
ସୂଚନା ମୁତାବକ ସୌରଭ ଗାଙ୍ଗୁଲି ୧୦ ମାସ ପାଇଁ ହିଁ ଏହି ପଦରେ ନିଯୁକ୍ତ ହେବେ । ନୂଆ ନିୟମ ଅନୁଯାୟୀ କୌଣସିଟି ପଦାଧିକାରୀ ୬ ବର୍ଷ ପାଇଁ ହିଁ କ୍ରିକେଟ ବୋର୍ଡର କୌଣସି ପଦରେ ରହିପାରିବେ । ଗାଙ୍ଗୁଲି ଗତ ୫ ବର୍ଷ ୨ ମାସ ଧରି ବେଙ୍ଗଲ କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ପଦରେ ରହିଆସୁଛନ୍ତି । ତେଣୁ ବିସିସିଆଇରେ ତାଙ୍କ କାର୍ଯ୍ୟକାଳ ମାତ୍ର ୧୦ ମାସ ପାଇଁ ହିଁ ହେବ ବୋଲି ସ୍ଥିର କରାଯାଇଛି ।
“India is proud to have @msdhoni” – @SGanguly99 #Respect 🙌🙌 pic.twitter.com/OtqN0a5XKB
— BCCI (@BCCI) October 23, 2019
“We are here to support @imVkohli in every possible way” – @SGanguly99 👏👏 pic.twitter.com/VFQrvXzuIt
— BCCI (@BCCI) October 23, 2019
To the point – BCCI President @SGanguly99 on how he will lead the organisation going forward 👌👌 pic.twitter.com/VHd6H6TvUE
— BCCI (@BCCI) October 23, 2019