କ୍ରୀଡା

ପୁରୁଷ ହକି ବିଶ୍ୱକପ୍‌ର ସରିଲା ପୁଲ୍‌ ପର୍ଯ୍ୟାୟ ମ୍ୟାଚ୍‌: ଦର୍ଶକ ଦେଖିଲେ ଗୋଲ୍‌ ବର୍ଷା

କେନ୍ୟୁଜ୍(ବ୍ୟୁରୋ):  ପୁରୁଷ ହକି ବିଶ୍ୱକପ୍‌ରେ ସରିଲା ପୁଲ୍‌ ପର୍ଯ୍ୟାୟ ମ୍ୟାଚ୍‌। ଆଜି ଥିଲା ଅନ୍ତିମ ପୁଲ ପର୍ଯ୍ୟାୟ ମ୍ୟାଚ୍‌। ସମସ୍ତ ୪ଟି ମ୍ୟାଚ୍‌ ରାଉରକେଲାର ବିର୍ସାମୁଣ୍ଡ ଷ୍ଟାଡିୟମରେ ଖେଳାଯାଇଥିଲା। ଦେଖିବାକୁ ମିଳିଥିଲା ରେକର୍ଡ ସଂଖ୍ୟକ ଗୋଲ୍‌। ମୋଟ ୩୮ଟି ଗୋଲ୍‌ ହୋଇଥିଲା। ଅର୍ଥାତ ମ୍ୟାଚ୍‌ ପ୍ରତି ହାରାହାରି ଗୋଲ ଥିଲା ୯.୫। ପୁଲ୍‌ ବିରେ ବେଲଜିୟ ଜାପାନକୁ ୭-୧ରେ ଏବଂ ଜର୍ମାନୀ କୋରିଆକୁ ୭-୨ ଗୋଲରେ ହରାଇଥିଲା। ପୁଲ୍‌ Aରେ ଫ୍ରାନ୍‌ସ ଓ ଆର୍ଜେଣ୍ଟିନା ମଧ୍ୟରେ ୫-୫ରେ ଡ୍ର ରହିଥିଲା ମ୍ୟାଚ୍‌। ଅଷ୍ଟ୍ରେଲିଆ ଦ.ଆଫ୍ରିକାକୁ ୯-୨ ଗୋଲରେ ହରାଇଥିଲା। ଏପରି ମୋଟ ୩୮ ଗୋଲ୍‌ର ମଜା ଦେଇଥିଲେ ଦର୍ଶକ।

 

ଆଜି ଖେଳାଯାଇଥିବା ମ୍ୟାଚ୍‌ରେ ୫ ଖେଳାଳି ହ୍ୟାଟ୍ରିକ ଗୋଲ୍‌ କହିଥିଲେ। ଅଷ୍ଟ୍ରେଲିଆର ବ୍ଲେକ୍‌ ଗୋଭରସ୍‌, ଫ୍ରାନ୍‌ସର ଭିକ୍ଟର ଚାର୍ଲେଟ୍‌, ଆର୍ଜେଣ୍ଟିନାର ନେକୋଲ୍‌ସ ଡେଲା ଟୋରେ, ବେଲଜିମୟର ଟୁମ ବୁନ୍‌ ଏବଂ ଜର୍ମାନୀର ନିକଲସ ୱେଲନ୍‌ ହ୍ୟାଟ୍ରିକ କରିଥିଲେ। … ପୁଲ୍‌ ପର୍ଯ୍ୟାୟ ସରିବା ସହ ୪ଟି ଦଳ ସିଧା କ୍ୱାର୍ଟର ଫାଇନାଲକୁ ଉନ୍ନିତ ହୋଇଛନ୍ତି। ପୁଲ୍‌ A ରୁ କ୍ୱାର୍ଟର ଫାଇନାଲ୍‌ରେ ପହିଞ୍ଚିଛି ଅଷ୍ଟ୍ରେଲିଆ । ପୁଲ୍‌ Bରୁ ବେଲଜିୟମ, ପୁଲ୍‌ C ରୁ ନେଦରଲାଣ୍ଡସ୍‌ ଓ ପୁଲ୍‌ Dରୁ ଇଂଲଣ୍ଡ କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି। ପୁଲ୍‌ Dରୁ କ୍ୱାର୍ଟର ଫାଇନାଲରେ ଏଣ୍ଟ୍ରି କରିଛି ଇଂଲଣ୍ଡ । ପୁଲ୍‌ B ଟପ୍ପର ହେବାକୁ ଲଢେଇ ଜାରି ରହିଛି । ପୁଲ୍‌ Dରେ ଥିବା ଭାରତ କ୍ୱାର୍ଟର ଯିବାକୁ କ୍ରସ୍‌ ଓଭର ଖେଳିବ । ୨୨ ତାରିଖରେ କ୍ରସ୍‌ ଓଭରରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ ଖେଳାଯିବ ।

 

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago