ଆଜି ଇଣ୍ଡିଆ-ଶ୍ରୀଲଙ୍କା ଟକ୍କର, କ୍ଲିନ୍ ସ୍ବିପ ଲକ୍ଷ୍ୟରେ ଭାରତ

ସରିଲା ଟି ଟ୍ବେଣ୍ଟି, ଏବେ ଦିନିକିଆ । ଶ୍ରୀଲଙ୍କା ବିପକ୍ଷ ଦିନିକିଆକୁ ବି କ୍ଲିନ୍ ସ୍ବିପ ଲକ୍ଷ୍ୟରେ ଟିମ ଇଣ୍ଡିଆ । ଆଜି କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ପ୍ରଥମ ମ୍ୟାଚ ଖେଳାଯିବ । ସୂର୍ଯ୍ୟ କୁମାରଙ୍କ ନେତୃତ୍ବରେ ଶ୍ରୀଲଙ୍କାକୁ ୩-୦ରେ ହରାଇ ଟି ଟ୍ବେଣ୍ଟି ସିରିଜ ଜିତିଛି ଭାରତ । କିନ୍ତୁ ଦିନିକିଆରେ ବଦଳିଛନ୍ତି କ୍ୟାପ୍ଟେନ । ମଙ୍ଗ ସମ୍ଭାଳିବେ ରୋହିତ ଶର୍ମା । ଟି ଟ୍ବେଣ୍ଟି ବିଶ୍ବକପରେ ଭାରତକୁ ଚାମ୍ପିଅନ କରାଇବା ପରେ ଦିନିକିଆରେ କଣ ଯାଦୁ ଦେଖାଇବେ ରୋହିତ ଏବେ ତା ଉପରେ ସମସ୍ତଙ୍କ ନଜର ରହିଛି । ସେପଟେ ଦିନିକିଆ ପୂର୍ବରୁ ଶ୍ରୀଲଙ୍କାକୁ ଲାଗିଛି ବଡ଼ ଝଟକା । ଟିମରେ ଖେଳାଳିଙ୍କ ଆହତ ସମସ୍ୟାକୁ ନେଇ ଚିନ୍ତାରେ ସିଂହଳୀ ଦଳ । ଟି ଟ୍ବେଣ୍ଟି ସିରିଜର ସଫଳ ବୋଲର ମଥିଶା ପଥିରନା ଏବଂ ଦିଲଶାନ ମଧୁଶଙ୍କା ଆହତ ଯୋଗୁ ଟିମରୁ ବାଦ ପଡ଼ିଛନ୍ତି । ଅନ୍ୟପଟେ ଦିନିକିଆରେ କୁଶଳ ମେଣ୍ଡିସଙ୍କ ସ୍ଥାନରେ ନିୟମିତ ଅଧିନାୟକ ଭାବେ ଚରିଥ ଅଶଲଙ୍କାକୁ ଦାୟିତ୍ବ ଦେଇଛି ଶ୍ରୀଲଙ୍କା କ୍ରିକେଟ ବୋର୍ଡ ।

You might also like