ଆଜିଠୁ ଆରମ୍ଭ ହେଲା ଟୋକିଓ ଅଲମ୍ପିକ : ଭାରତର ଦୀପିକା କୁମାରୀ ମହିଳା ତୀରନ୍ଦାଜ ର‍୍ୟାଙ୍କିର ନବମ ସ୍ଥାନରେ

ନୂଆଦିଲ୍ଲୀ : ଆଜିଠୁ ଆରମ୍ଭ ହୋଇଛି ଟୋକିଓ ଅଲମ୍ପିକ । ଭାରତର ପ୍ରଥମ ମୁକାବିଲା ତୀରନ୍ଦାଜରୁ ଆରମ୍ଭ ହୋଇଛି । ଭାରତ ପକ୍ଷରୁ ଦୀପିକା କୁମାରୀ ଭାଗ ନେଇ ବ୍ୟକ୍ତିଗତ  ୯ମ ର‍୍ୟାଙ୍କ ହାସଲ କରିଛନ୍ତି । ୟୁମେନୋଶିମା ପାର୍କରେ ଅନୁଷ୍ଠିତ ହୋଇଥିବା ତୀରନ୍ଦାଜ ପ୍ରତିଦ୍ୱନ୍ଦୀତାରେ ଦୀପିକା ୬୬୩ ସ୍କୋର କରିଛନ୍ତି ।

ଯେଉଁଥିରେ ପ୍ରଥମ ଭାଗରେ ୩୩୪ ଏବଂ ଦ୍ୱିତୀୟ ଭାଗରେ ୩୨୯ ସ୍କୋର କରିଛନ୍ତି । ସେ ୩୦ ଥର ପରଫେକ୍ଟ ୧୦ ପଏଣ୍ଟ ସ୍କୋର କରିଥିଲେ । କୋରିଆର ଅନ୍‌ ସାନ ୬୮୦ ସ୍କୋର କରି ପ୍ରଥମ ସ୍ଥାନରେ ଥିବା ବେଳେ ଜାଙ୍ଗ ମିନହୀ ୬୭୭ ପଏଣ୍ଟ ରଖି ଦ୍ୱିତୀୟ ସ୍ଥାନରେ ଓ କାଙ୍ଗ ଚେୟଙ୍ଗ ୬୭୫ ପଏଣ୍ଟ ରଖି ତୃତୀୟ ସ୍ଥାନରେ ରହିଛନ୍ତି । ଅନ୍ତିମ ୩୨ ଏଲିମେସନ ମୁକାବିଲା ୨୭ ଜୁଲାଇକୁ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.