କରୋନା ଭୟାବହତା ବୃଦ୍ଧିକୁ ନଜରରେ ରଖି ବନ୍ଦ ହୋଇପାରେ ଟୋକିଓ ଅଲିମ୍ପିକିସ୍‌

କେନ୍ଯୁଜ୍: ବନ୍ଦ ହୋଇପାରେ ଟୋକିଓ ଅଲିମ୍ପିକସ୍‌ ୨୦୨୧ । କରୋନା ଭୟାବହତା ବୃଦ୍ଧିକୁ ନଜରରେ ରଖି ବନ୍ଦ ହୋଇପାରେ ଟୋକିଓ ଅଲିମ୍ପିକିସ୍‌ । ଜାପାନ ଅଧିକାରୀ ଏଭଳି ସୂଚନା ଦେଇଛନ୍ତି । କରୋନା ଭାଇରସ ମାମଲା ବୃଦ୍ଧି ହେଉଛି, ଏହାକୁ ନଜରରେ ରଖି ଜାପାନ ଟୋକିଓ ଅଲିମ୍ପିକସ୍‌ ଛାଡିଦେବ । ଏହା ଏକ ପରିସ୍ଥିତି ଯାହା ସମ୍ପୂର୍ଣ୍ଣ ଅସମ୍ଭବ । ବିନା ଦ୍ୱିଧାରେ ନିଷ୍ପତ୍ତି ନେବା ଆବଶ୍ୟକ ବୋଲି କହିଛନ୍ତି ଲିବରାଲ ଡୋମୋକ୍ରାଟିକ୍‌ ପାର୍ଟିର ସାଧାରଣ ସମ୍ପାଦକ ।

ଅଲିମ୍ପିକସ୍‌ ସମୟରେ କରୋନାକୁ ଅନେକ ଲୋକଙ୍କ ନିକଟରେ ବିସ୍ତାର କରିବା ଅର୍ଥ ନୁହେଁ ଅଲିମ୍ପିକସ୍‌ । ଅଲିମ୍ପିକସ୍‌ ପାଇଁ ହଣ୍ଡ୍ରେଡ୍‌ ଡେ’ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି । ସାମାଜିକ ଦୂରତା ଓ ଦର୍ଶକଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହାସତ୍ତ୍ୱେ ଆୟୋଜନ କରିବା ଅସମ୍ଭବ ବୋଲି ଜାପାନ କହିଛି । । ପୂର୍ବରୁ କରୋନା ପାଇଁ ଗୋଟିଏ ବର୍ଷ ବିଳମ୍ବ ହୋଇ ସାରିଛି । ଜୁଲାଇ ୨୩ରେ ଆରମ୍ଭ ହେବାକୁ ଅଛି ଟୋକିଓ ଅଲିମ୍ପିକସ୍‌ ।

Leave A Reply

Your email address will not be published.