ଓଡ଼ିଶା ଫେରିଲେ ଅଲିମ୍ପିକ୍ସରେ ଭାଗ ନେଇଥିବା ରାଜ୍ୟର ୪ ହକି ଖେଳାଳି, ଭୁବନେଶ୍ୱରରେ ଦିଆଗଲା ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ୱର(କେନ୍ୟୁଜ୍‌) : ଓଡ଼ିଶା ଫେରିଲେ ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇଥିବା ରାଜ୍ୟର ୪ ହକି ଖେଳାଳି । ଭୁବନେଶ୍ୱରରେ ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋ ପହଞ୍ଚିଛନ୍ତି । ବିମାନବନ୍ଦରରେ ସେମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି ।

ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ଆର୍. ଭିନିଲ କ୍ରିଷ୍ଣା, ପୂର୍ବତନ ହକି ଖେଳାଳି ଦିଲ୍ଲୀପ ତିର୍କୀଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଉଚ୍ଛ୍ବସିତ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍ ବ୍ରୋଞ୍ଜ ପଦକ ଜିତିଛି । ୪୧ ବର୍ଷ ପରେ ଅଲିମ୍ପିକ୍ସରେ ମେଡାଲ୍ ଆଣିଛି ଭାରତ । ବିଜୟୀ ଟିମରେ ବୀରେନ୍ଦ୍ର ଲାକ୍ରା ଉପଅଧିନାୟକ ଥିଲେ । ଅମିତ ରୋହିଦାସ ବି ଭଲ ପ୍ରଦର୍ଶନ କରିଥିଲେ ।

hockey team.

ସେହିପରି ଭାରତୀୟ ମହିଳା ଟିମ୍ ପ୍ରଥମ ଥର ଅଲିମ୍ପିକ୍ସ ସେମିଫାଇନାଲ୍ ଖେଳିଛି । ଏହି ଟିମର ଅଧିନାୟକ ଥିଲେ ଦୀପଗ୍ରେସ ଏକ୍କା । ମହିଳା ଟିମ୍ ବ୍ରୋଞ୍ଜ ମେଡାଲ୍ ମ୍ୟାଚ୍ ହାରିଥିଲେ ବି ଦେଶବାସୀଙ୍କ ହୃଦୟ ଜିତିଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଅଲିମ୍ପିକ୍ସ ଫେରନ୍ତା ୪ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବା କାର୍ଯ୍ୟକ୍ରମ ରହିଛି । ହକି ଖେଳକୁ ପ୍ରୋତ୍ସାହିତ କରି ଆସିଛନ୍ତି ଓଡ଼ିଶା ସରକାର । ଉଭୟ ପୁରୁଷ ଓ ମହିଳା ଟିମର ପ୍ରାୟୋଜକ ଓଡ଼ିଶା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.